ଆପଣ ବନିବେ ଅଭିନନ୍ଦନ ! ଆସିଲା ବାୟୁସେନାର ନୂଆ ମୋବାଇଲ୍ ଗେମ୍, ପାଇଲଟ୍ ଅଭିନନ୍ଦନଙ୍କ ଭଳି ଆକାଶରେ ଉଡ଼ିବେ ଫାଇଟ୍ କରିବେ ।

268

କନକ ବ୍ୟୁରୋ: ବର୍ତ୍ତମାନ ଯୁବପିଢ଼ୀଙ୍କୁ ଘାରିଛି ମୋବାଇଲ୍ ଗେମ୍ । ଏହାକୁ ନଜରରେ ରଖି ବିଭିନ୍ନ ମୋବାଇଲ କମ୍ପାନୀମାନେ ଅନେକ ମୋବାଇଲ ଗେମ୍ସକୁ ଲଞ୍ଚ କରିବାରେ ଲାଗିଛନ୍ତି । ଆଉ ଏହାରି ମଧ୍ୟରେ ବିଶ୍ୱର ଲୋକପ୍ରିୟ ମୋବାଇଲ୍ ଷ୍ଟିମୁଟେର ଗେମ୍ସକୁ ଟକ୍କର ଦେବାକୁ ବାହାରିଛି ଭାରତୀୟ ବାୟୁସେନାର ନୂଆ ଗେମ୍ । ଯାହାକି ଆଜି ସେନାମୁଖ୍ୟ ବିରେନ୍ଦ୍ର ସିଂ ଧନୋଆଙ୍କ ଦ୍ୱାରା ବିଧିବଦ୍ଧଭାବେ ଲଞ୍ଚ କରାଯାଇଛି । ଏହି ଗେମର ନାଁ- ‘ଇଣ୍ଡିଆନ ଏୟାର ଫୋର୍ସ ଏ-କଟ୍ ଏବୋଭ’ ରଖାଯାଇଛି । ଯାହାକି ଏବେ ଉଭୟ ଗୁଗଲ ପ୍ଲେ-ଷ୍ଟୋର, ଆଇଓଏସ ରେ ଉପଲବ୍ଧ ହୋଇଛି ।

ପବ୍-ଜି ଗେମ୍ ଭଳି ଏଥିରେ ମଧ୍ୟ ବିଭିନ୍ନ ମୋଡ୍ ଦିଆଯାଇଛି । ଯେଉଁଥିରେ ଗେମ୍ ପୂର୍ବରୁ ଟ୍ରେନିଂ, ସିଙ୍ଗଲ ପ୍ଲେୟାର ମୋଡ୍ ଏବଂ ଫ୍ରି-ଫ୍ଲାଇଟ୍ ସାମିଲ ଉପଲବ୍ଧ କରାଯାଇଛି । ଭାରତୀୟ ବାୟୁସେନାର ଏହି ଗେମରେ ୧୦ଟି ମିଶନ ରଖାଯାଇଛି । ଆଉ ଏହି ମିଶନରେ ବିଭିନ୍ନ ପ୍ରକାର ଷ୍ଟୋରୀଲାଇନ୍ ମଧ୍ୟ ପୂରଣ କରିବାକୁ ଅପସନ୍ ମିଳିବ । ପବ୍-ଜି ଭଳି ଏଥିରେ ମଧ୍ୟ ମଲ୍ଟି ପ୍ଲେୟରର ସୁବିଧା ରହିଛି । ଯାହାଦ୍ୱାରା ଆପଣ ଏକ ମିଶନକୁ ସାଥୀ ଖେଳାଳୀଙ୍କ ସହ ଖେଳିପାରିବେ ।

ଗେମର ବିଶେଷତ୍ୱ ହେଉଛି କି, ଗେମର ଡିଜାଇନ୍ ଏବଂ ଗ୍ରାଫିକ୍ସରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଛାପ ଦେଖିବାକୁ ମିଳିଛି । ଆଉ ନିଜ ମାଟି ମା’ ପାଇଁ ଯେଉଁଭଳି ପାଇଲଟ୍ ଅଭିନନ୍ଦନ କିଛି ମାସ ପୂର୍ବେ ପାକିସ୍ତାନର ଫାଇଟର ଜେଟ୍ କୁ ଧ୍ୱସଂ ବିଧ୍ୱସସ୍ତ କରିଥିଲେ, ଠିକ୍ ସେହିଭଳି ଗେମର ଫିଚର ଏବଂ ଗ୍ରାଫିକ୍ସ ଗୁଡ଼ିକ ଦେଖିବାକୁ ମିଳିଛି । ଆଉ ଏହା ହିଁ ପବ୍-ଜିକୁ ଟକ୍କର ଦେବ ବୋଲି ଭାରତୀୟ ବାୟୁସେନା ଆଶା ରଖିଛି ।

ସବୁଠାରୁ ବଡ଼ କଥା ହେଲା କି, ଏହି ଗେମ୍ ପବ୍-ଜି ଠାରୁ କମ୍ ଜି.ବିର ହୋଇଥିବାରୁ ଏହା ମୋବାଇଲକୁ ହ୍ୟାଙ୍ଗ୍ ହେବାକୁ ଦେବ ନାହିଁ ବୋଲି ଭାରତୀୟ ବାୟୁସେନାର ଟେକ୍ନିକାଲ ଟିମ୍ ଦମ୍ଭୋକ୍ତି ବାଢ଼ିଛନ୍ତି । ପ୍ରଥମେ ଟ୍ୟୁଟୋରିଆଲ ମିଶନରେ ଗେମ୍ ୟୁଜର୍ସଙ୍କୁ କିଭଳି ଗେମ୍ ଟିକୁ ପ୍ରାରମ୍ଭିକସ୍ତରରେ ଖେଳିବେ ସେହି ସୁବିଧା ମିଳିବ । ଅନ୍ୟପଟେ ମଲ୍ଟି ପ୍ଲେୟାର ସୁବିଧା ଅର୍ଥାତ୍ ପବ୍-ଜି ଭଳି ସ୍କ୍ୱାର୍ଡ ବନାମ ସ୍କ୍ୱାର୍ଡ ଖେଳିବାର ଅପସନ୍ ରଖାଯାଇଛି । ଆଉ ଏହା ପୁଣି ୟୁଜର୍ସ ଅଲଗା ଅଲଗା ଗ୍ରୁପରେ ଖେଳିପାରିବେ ।