ଇଲଂଣ୍ଡ ବିପକ୍ଷରେ ଭାରତର ରୋମାଂଚକର ବିଜୟ ! ମ୍ୟାଚ୍ ସହ ସିରିଜ ଜିତିଲା ବିରାଟ ବାହିନୀ

36

କନକ ବ୍ୟୁରୋ : ବାରବାଟୀରେ ବିରାଟ ବାହିନୀଙ୍କ ‘ବିରାଟ’ ବିଜୟ । ଇଂଲଣ୍ଡକୁ ୧୫ ରନରେ ହରାଇ ରୋମାଂଚକର ବିଜୟ ହାସଲ କରିଛି ଭାରତ । ତେବେ କଟକ ଦିନିକିଆ ଜିତିବା ସହ ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ୨-୦ରେ ଆଗୁଆ ରହିଛି ଭାରତ । ଏହା ସହ ଏହି ପଡିଆରେ ଭାରତୀୟ ଟିମ୍ ୩୮୧ ରନ୍ କରି ସର୍ବାଧିକ ଦିନିକିଆ ସ୍କୋର କରିଛି । ପୂର୍ବରୁ ଏହି ପଡିଆରେ ୩୬୫ ରନର ଦଳୀୟ ସ୍କୋର କରିଥିଲା ଟିମ୍ ଇଣ୍ଡିଆ ।

ଆଜିର ଏହି ଦ୍ୱିତୀୟ ଦିନିକିଆରେ ଦଳ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ହରାଇ ୩୮୧ରନ କରିଥିଲା । ଆଉ ଇଂଲଣ୍ଡ ଆଗରେ ରଖିଥିଲା ୩୮୨ ରନର ଟାର୍ଗେଟ୍ । ଯାହାର ଜବାବରେ ଇଂଲଣ୍ଡ ୮ ୱିକେଟରେ ୩୬୬ ରନ୍ କରିଥିଲା ।

ସେପଟେ ବାରବାଟି ଦିନିକିଆ ଦର୍ଶକଙ୍କ ମନ ଜିତିଛି ପୁରୁଣା ଯୋଡି ଧୋନି-ଯୁବରାଜଙ୍କ ବ୍ୟାଟିଂ । ଟସରେ ହାରି ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ବିପର୍ଯ୍ୟୟରୁ ରକ୍ଷା କରିଥିଲେ ଏହି ଦୁଇ ଷ୍ଟାଇଲିସ୍ ଫିନିସର । ଏମାନଙ୍କ ଦ୍ୱିଶତକୀୟ ଭାଗିଦାରୀ ଯୋଗୁ ଦଳ ଏକ ବିଶାଳ ସ୍କୋର କରିବାରେ ସମର୍ଥ ହେଲା ।