ସାବଧାନ ପାକିସ୍ତାନ ! ମହଙ୍ଗା ପଡିବ ଭାରତର ନୂଆ ଅସ୍ତ୍ର, ଇସ୍ରାଏଲ ସ୍ପାଇକ ମିସାଇଲ କିଣିବ ଭାରତ ।

28

ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଥିବା ସଂପର୍କ କେତେ ଭଲ ତାହା ସମସ୍ତଙ୍କୁ ଭଲ ଭାବରେ ଜଣା । ପ୍ରତି ଥର ପାକିସ୍ଥାନ ଅସ୍ତ୍ରବିରତି ନିୟମ ଉଲ୍ଲଙ୍ଘନ କରି ଭାରତୀୟ ସେନା ଉପରକୁ ଆକ୍ରମଣ କରୁଥିବା ବେଳେ ଏତି ପାଇଁ ଅନେକ ଭାରତୀୟ ଯବାନ ପ୍ରାଣ ହରାଇଛନ୍ତି । ତେବେ ଭାରତ ପ୍ରତିକୂଳ ପରିସ୍ଥିତିରେ ପାକିସ୍ଥାନ ସହ ଲଢ଼ିବା ପାଇଁ ନିଜର ଟ୍ୟାଙ୍କ କ୍ଷମତା ବଢ଼ାଇବ ବୋଲି ଜଣା ପଡ଼ିଛି । ଏଥି ପାଇଁ ସେ ଇସ୍ରାଏଲ ସ୍ପାଇକ୍ ମିସାଇଲ କିଣିବା ପାଇଁ ପୁନଃ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରି ସାରିଥିବା ସୂଚନା ମିଳିଛି । ଡ଼ିଫେନ୍ସ ରିସର୍ଚ୍ଚ ଆଣ୍ଡ ଡ଼େଭଲପମେଣ୍ଟ ଅର୍ଗାନାଇଜେସନ୍ ଆଗାମୀ ୩ବର୍ଷ ମଧ୍ୟରେ ସ୍ୱଦେଶୀ ଆଣ୍ଟି ଟ୍ୟାଙ୍କ୍ ମିସାଇଲ ଆଣିବା ପୂର୍ବରୁ ଭାରତୀୟ ସେନା ବର୍ତ୍ତମାନର ପରିସ୍ଥିତି ପାଇଁ ସ୍ପାଇକ୍ ମିସାଇଲ୍ କିଣିବା ପାଇଁ ଚାହୁଁଥିବା ଜଣା ପଡ଼ିଛି ।

ସ୍ପାଇକ୍ ମିସାଇଲ କିଣିବାର ପ୍ରସ୍ତାବ ଏବେ ଭାରତ ସରକାରଙ୍କ ମଞ୍ଜୁରି ଅପେକ୍ଷାରେ ଥିବା ବେଳେ ଏହା ସହ ଜଡ଼ିତ କିଛି ସୂଚନା ଏବେ ପର୍ୟ୍ୟନ୍ତ ସାର୍ବଜନିକ କରାଯାଇ ନାହିଁ । ଭାରତୀୟ ସେନାରେ ଏହି ମିସାଇଲର ଆବଶ୍ୟକତା ଅଧିକ ଥିବାରୁ ଇସ୍ରାଏଲ ଦ୍ୱାରା ନିର୍ମାଣ କରାଯାଇଥିବା ସ୍ପାଇକ୍ ମିସାଇଲ ଏ ବର୍ଷ ଭାରତୀୟ ସେନାରେ ସାମିଲ ହେବାର ସମ୍ଭାବନା ରହିଛି ବୋଲି ବିଶ୍ୱସ୍ତ ସୁତ୍ରରୁ ଜଣା ପଡ଼ିଛି । ଜାନୁଆରୀ ୨୦୧୮ରେ ଏହି ସ୍ପାଇକ୍ ମିସାଇଲର ଦାମ୍ ୫୦୦ମିଲିୟନ ଥିବାରୁ ଭାରତ ଏହାକୁ କିଣିବାର ପ୍ରସ୍ତାବକୁ ବନ୍ଦ କରି ଦେଇଥିଲା । କିନ୍ତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଭାରତ ଆସି ନରେନ୍ଦ୍ର ମୋଦିଙ୍କ ସହ ଏ ବିଷୟରେ କଥା ହେବା ପରେ ସ୍ପାଇକ୍ ମିସାଇଲ କିଣିବାର ପ୍ରସ୍ତାବଟି ପୁଣି ଆରମ୍ଭ ହୋଇଥିଲା ।