ଧାର୍ମିକ ସାମଗ୍ରୀ ଉପରେ ଲାଗିବନି ଜିଏସଟି ! ମୋଦି ସରକାର ନେଲେ ନୂଆ ନିଷ୍ପତ୍ତି । 

48
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧାର୍ମିକ ସଂସ୍ଥାକୁ ନେଇ ଏକ ବଡ ନିଷ୍ପତି ଗ୍ରହଣ କରିଛନ୍ତି । ମୋଦିଙ୍କର ଏହି ନିଷ୍ପତି ଅନୁଯାୟୀ ସମସ୍ତ ଧାର୍ମିକ ଜିନିଷ ଉପରୁ ଜିଏସଟିକୁ ହଟାଇ ଦିଆଯାଇଛି । ପୂର୍ବରୁ ଧାର୍ମିକ ସଂସ୍ଥା ଉପରେ ଜିଏସଟି ଲାଗୁ ରହିଥିଲା କିନ୍ତୁ ଏବେ ଏହି ସମସ୍ତ ଜିନିଷ ଉପରୁ ଜିଏସଟିକୁ ହଟାଇ ଦିଆଯାଇଛି । ଏବଂ ସରକାର ଏହା ମଧ୍ୟ ନିଷ୍ପତି ନେଇଛନ୍ତି କି, ପୂର୍ବରୁ ଏହି ଧାର୍ମିକ ଜିନିଷ ପାଇଁ ନେଇଥିବା ୩୦୦ କୋଟି ଟଙ୍କାର ସବସିଡିକୁ ବି ଫେରସ୍ତ କରାଯିବ । ତେବେ ଏହି ସବୁ ଜିନିଷ ଉପରୁ ଜିଏସଟିକୁ ହଟାଇବା ପାଇଁ ବିଜେପିର ସହଯୋଗୀ ପାର୍ଟି ଶିରୋମଣି ଅକାଳି ଦଳ ଏବଂ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ଏହି ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଥିଲେ ।
ସରକାରଙ୍କ ନିଷ୍ପତି : 
ସମସ୍ତ କଞ୍ଚାମାଲ ଉପରୁ ଜିଏସଟିକୁ ହଟାଇବା ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରିଛନ୍ତି ସରକାର । ଏହା ପୂର୍ବରୁ ସରକାର ଜିଏସଟି ଲାଗୁ କରିବା ସମୟରେ କହିଥିଲେ, ଧାର୍ମିକ ସଂସ୍ଥା ମାନଙ୍କୁ ସପ୍ଲାଏ ହେଉଥିବା ଖାଦ୍ୟ ଜିନିଷ ଗୁଡିକୁ ଜିଏସଟି ମୁକ୍ତ କରାଯିବ । କିନ୍ତୁ ଧାର୍ମିକ ସ୍ଥାନ ମାନଙ୍କରେ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା କଞ୍ଚା ମାଲ, ଯେପରିକି ପନିପରିବା, ଫଳମୂଳ, ତେଲ, ଚିନି ଆଦି ଉପରେ ଜିଏସଟି ଲାଗୁ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ତେବେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଧାର୍ମିକ ଜିନିଷକୁ ଏବେ ଜିଏସଟି ମୁକ୍ତ କରାଯାଇଛି ।
ଅପର ପକ୍ଷରେ କେନ୍ଦ୍ରୀୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ହରସିମରତ କୋର ବାଦଲ ଟ୍ୱିଟ ଜରିଆରେ ମୋଦିଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ଧାର୍ମିକ ଜିନିଷ ଏବଂ ପ୍ରସାଦ ଉପରୁ ଜିଏସଟି ହଟାଇଥିବା କାରଣରୁ ମୋଦିଙ୍କୁ ବହୁତ ବହୁତ ଧନ୍ୟବାଦ । ଉଲ୍ଲେଖଯୋଗ୍ୟ, ଦେଶରେ ଚାଲିଥିବା ଗୁରୁଦ୍ୱାର ପ୍ରତିଦିନ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ ମାନଙ୍କ ପେଟ ପୋଷୁଛି ।