ବିରାଟଙ୍କ ଆଗରେ ଛୋଟ ଚ୍ୟାଲେଂଜ୍ ! ଦମ୍ବୁଲା ଦିନିକିଆରେ ୨୧୬ ରନରେ ଅଟକିଲା ଶ୍ରୀଲଙ୍କା

28

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଆରମ୍ଭ ହୋଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ଆଗରେ ୨୧୭ ରନର ବିଜୟ ଲକ୍ଷ୍ୟ ଦେଇଛି ଘରୋଇ ଦଳ । ଦମ୍ବୁଲାଠାରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୪୩ ଓଭର ୨ ବଲରେ ସମସ୍ତ ଉଇକେଟ୍ ହରାଇ ୨୧୬ ରନ କରିବାକୁ ସକ୍ଷମ ହୋଇଥିଲା । ଭୁବନେଶ୍ୱର କୁମାର ଓ ହାର୍ଦିକ ପାଣ୍ଡ୍ୟା ୩ଟି ଲେଖାଏଁ ୱିକେଟ୍ ହାତେଇଛନ୍ତି ।

ଅନ୍ୟପଟେ ୨୧୭ ରନ୍‌ ଲକ୍ଷ୍ୟ ନେଇ ଦ୍ୱିତୀୟ ପାଳି ଆରମ୍ଭ କରିଥିବା ଭାରତ ପାଞ୍ଚ ଓଭର ଖେଳ ଶେଷ ହେବା ପରେ ରୋହିତଙ୍କୁ ହରାଇଥିଲା । ରୋହିତ ୧୩ଟି ବଲ ଖେଳି ୪ରନ୍‌ ସଂଗ୍ରହ କରିବା ପରେ ଚାମରାଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ । ରିପୋର୍ଟ ଲେଖା ଯିବା ଭିତରେ ଭାରତ ୮ ଓଭରରେ ୪୯ରନ୍‌ ସଂଗ୍ରହ କରିଛି। ଶିଖର ଓାଧ୍ୱନ(୩୨) ଓ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି (୧୨) କ୍ରିଜରେ ଅଛନ୍ତି।