କିଏ ଏହି ସୁନ୍ଦରୀ ତରୁଣୀ ? ଯାହାଙ୍କୁ ଦେଖି ଦର୍ଶକ ଭୁଲିଗଲେ କ୍ରିକେଟ୍ ।

60

ଗତକାଲି ଏସିଆ କପ୍ ଟୁର୍ଣ୍ଣାମେଣ୍ଟ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ମୁକାବିଲା ଚାଲିଥିଲା । ଯେଉଁଥିରେ ଭାରତ ପାକିସ୍ତାନକୁ ୯ ୱିକଟରେ ହରାଇଥିଲା । ତେବେ ଏଥିମଧ୍ୟରେ ଲୋକ କ୍ରିକେଟକୁ ନେଇ ଖୁସି ଥିବା ବେଳେ ଆଉ ଏକ ବିଷୟକୁ ନେଇ ମଧ୍ୟ ଅପେକ୍ଷା କରିଛନ୍ତି । ଲୋକଙ୍କ ଅପେକ୍ଷାର କାରଣ ହେଉଛନ୍ତି ସେହି ସୁନ୍ଦରୀ ତରୁଣୀ ଯେ ପୂର୍ବରୁ ହୋଇଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଏବଂ ଭାରତ-ବାଙ୍ଗଲାଦେଶ ମ୍ୟାଚ୍ ରେ ଦେଖାଦେଇଥିଲେ ।

ସୋସିଆଲ୍ ମିଡିଆରେ ତାଙ୍କର ଖୁବ୍ ଚର୍ଚ୍ଚା ଚାଲିଥିଲା । ସୋସିଆଲ୍ ମିଡିଆ ମୁତାବକ ଏହି ତରୁଣୀ ଜଣକ ପାକିସ୍ତାନୀ ଖେଳାଳୀଙ୍କ ପ୍ରଶଂସକ ଅଟନ୍ତି । ସେପ୍ଟେମ୍ବର ୧୮ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ସେ ପ୍ରଥମଥର ନଜର ଆସିଥିଲେ । ଭାରତୀୟ ଖେଳାଳୀଙ୍କ ପଞ୍ଚମ ଓଭରରେ ଏହି ପାକ୍ ମହିଳାଙ୍କ ଉପରେ କ୍ୟାମେରାମ୍ୟାନ୍ ର ନଜର ପଡିଥିଲା । ଏହାପରେ କ୍ୟାମେରାମ୍ୟାନଙ୍କ ନଜର ମଧ୍ୟ କିଛି ସମୟ ପାଇଁ କ୍ରିକେଟରୁ ହଟି ଏହି ନଳନାଙ୍କ ଉପରେ ଲାଖିଯାଇଥିଲା ।


 

ତେବେ ଆଶ୍ଚର୍ଯ୍ୟର କଥା ପାକିସ୍ତାନୀ ପ୍ରଶଂସକ ହୋଇ ମଧ୍ୟ ସେ ଦ୍ୱିତୀୟ ଥର ଭାରତ-ବାଲାଂଦେଶ ମ୍ୟାଚ୍ ଦେଖିବାକୁ ଯାଇଥିଲେ ଯେବେକି ଉକ୍ତ ସମୟରେ ପାକିସ୍ତାନ ଏବଂ ଆଫଗାନିସ୍ତାନର ମଧ୍ୟ ମ୍ୟାଚ୍ ଚାଲିଥିଲା । ତେବେ ସେ ଯାହା ବି ହେଉ ଏହି ଯୁବତୀଙ୍କ ନାଁ ନିବ୍ୟା ନଭୋରା ବୋଲି ଜଣାପଡିଛି । ସେ ବଲିଉଡ୍ କୁ ପସନ୍ଦ କରିବା ସହ ଶାହରୁଖ୍ ଖାନ୍ ଙ୍କ ବଡ ଫ୍ୟାନ୍ ବୋଲି ମଧ୍ୟ ଜଣାପଡିଛି ।