ଆଜିଠୁ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ! ପୁନେ ପିଚରେ ଜମିବ ସ୍ପିନ୍ ବନାମ ପେସ୍ ଆଟାକ୍

34

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ । ଆଜି ପୁନେରେ ଖେଳାଯିବ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ । ଭାରତ ଲଗାତର ଭାବେ ୧୯ ଟି ଟେଷ୍ଟ ଜିତିଛି । ଏଥିରେ ରୋକ୍ ଲଗାଇବାକୁ ଚେଷ୍ଟା କରିବ କଂଗାରୁ ଟିମ୍ । ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆ ଲଗାତର ସପ୍ତମ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ରହିବ । ଭ୍ରମଣକାରୀ ଦଳର ଦୁର୍ବଳତା ହେଉଛି ସ୍ପିନ୍ ଖେଳିବା । ଭାରତ ପାଖରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଭଳି ସ୍ପିନର ଅଛନ୍ତି ।

ସେହିପରି ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ୍ ଅପ୍ ବେଶ୍ ସନ୍ତୁଳିତ । ଫର୍ମରେ ଅଛନ୍ତି କ୍ୟାପଟେନ୍ ବିରାଟ କୋହଲି । ଶେଷ ଥର ପାଇଁ ଟିମ୍ ଅଷ୍ଟ୍ରେଲିଆ ୨୦୧୩ରେ ଭାରତ ଗସ୍ତରେ ଆସିଥିଲା । ମାଇକେଲ୍ କ୍ଲାର୍କଙ୍କ ନେତୃତ୍ୱରେ କଙ୍ଗାରୁ ଟିମ୍ ସେତେବେଳେ ୦-୪ରେ ସିରିଜ୍ ହାରିଥିଲା । ଆଜି ପଡିଆରେ ମୁହାଁମୁହିଁ ହେବେ ଆଇସିସି ଟେଷ୍ଟ ମାନ୍ୟତାର ନମ୍ବର ୱାନ୍ ଏବଂ ନମ୍ବର-ଟୁ ଟିମ୍ । ଉଭୟ ଦଳ ପୂର୍ବରୁ ୯୦ ଟି ଟେଷ୍ଟ ଖେଳିଛନ୍ତି ।

ସେଥିରୁ ଅଷ୍ଟ୍ରେଲିଆ ୪୦ ଟି ଏବଂ ଭାରତ ୨୪ ଟି ମ୍ୟାଚ୍ ଜିତିଛନ୍ତି । ୨୫ ଟି ଟେଷ୍ଟ ଡ୍ର ଏବଂ ଗୋଟିଏ ଟାଇ ହୋଇଛି । ସେହିପରି ଉଭୟ ଦଳ ଭାରତ ମାଟିରେ ୪୬ ଟି ଟେଷ୍ଟ ଖେଳିଛନ୍ତି । ସେଥିରୁ ଭାରତ ୧୯ ଏବଂ ଅଷ୍ଟ୍ରେଲିଆ ୧୨ ଟି ଜିତିଛି । ୧୪ ଟି ର ଫଳାଫଳ ମିଳିନି । ଏଭଳି ସ୍ଥିତିରେ ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ।