ଭାରତ ଅଳ୍ପସଂଖ୍ୟକ ବର୍ଗଙ୍କୁ ଦିଏ ସବୁଠାରୁ ଅଧିକ ସୁବିଧା : ଆମେରିକୀୟ ଫାଉଣ୍ଡେସନର ରିପୋର୍ଟ

37

କନକ ବ୍ୟୁରୋ : ଆମେରିକା ସ୍ଥିତ ଏକ ହିନ୍ଦୁ ଅଧିକାର ସମୂହର ଏକ ରିପୋର୍ଟ ରେ କୁହାଯାଇଛି କି ଭାରତ ସରକାର ଧାର୍ମିକ ଅଳ୍ପସଂଖ୍ୟକଙ୍କ ଜନସଂଖ୍ୟାକୁ ଅଦ୍ଭୁତପୂର୍ବ ସୁବିଧା ଯୋଗାଇ ଦିଏ । ହିନ୍ଦୁ ସମୂହ ମୁତାବକ ଭାରତୀୟ କ୍ଷେତ୍ରରେ ସ୍ଥିରତା ପାଇଁ ଏହା ଏକ ବଡ କାରଣ । ଭାରତ ଦୁନିଆରେ ୪ ପ୍ରମୁଖ ଧର୍ମର ଜନ୍ମସ୍ଥଳୀ ଓ କେତେକ ଅନ୍ୟ ଧର୍ମ ଓ ଜାତି ପାଇଁ ଶରଣସ୍ଥଳୀ ମଧ୍ୟ । ଏହି ରିପୋର୍ଟରେ ଏହା ବି ଦର୍ଶାଯାଇଛି କି କେମିତି ଭାରତ ସରକାର ନିଜର ଧାର୍ମିକ ଅଳ୍ପସଂଖ୍ୟକ ଲୋକଙ୍କ ପାଇଁ ଅଦ୍ଭୁତପୂର୍ବ ସୁବିଧା ଦେଇଛି । ବର୍ଷ ୨୦୧୬-୧୭ରେ ଏମାନଙ୍କୁ ୬୦ କୋଟି ଆମେରିକୀୟ ଡଲାରରୁ ଅଧିକ ଯୋଜନାରେ ଲାଭାନ୍ୱିତ କରାଯାଇଛି ।

ଏହି ରିପୋର୍ଟ ଭାରତ ପାଇଁ ବିଶେଷ । କାହିଁକିନା ଦୁନିଆର କେତେକ ନେତା ହିନ୍ଦୁସ୍ତାନର ଛବି ଖରାପ କରିବା ଭଳି ବୟାନ ଦେଇ ଆସିଛନ୍ତି । ବର୍ଷ ୨୦୦୯ ଓ ୨୦୧୫ରେ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ବାରାକ ଓବାମା କହିଥିଲେ କି ଭାରତ ଅଳ୍ପସଂଖ୍ୟକଙ୍କ ପାଇଁ ସୁରକ୍ଷିତ ନୁହେଁ । ତାଙ୍କର ଏହି ବୟାନ ପାଇଁ ସାରା ଦୁନିଆରେ ଭାରତକୁ ଅପମାନିତ କରିଥିଲା । ଏହା ବ୍ୟତୀତ ଚୀନ ଓ ପାକିସ୍ତାନ ବି ଅଳ୍ପସଂଖ୍ୟକଙ୍କୁ ନେଇ ଭାରତ ବିରୁଦ୍ଧରେ ବୟାନ ଦିଏ । ବର୍ଷ ୨୦୧୪ରେ ଅଭିନେତା ଆମିର ଖାନ କହିଥିଲେ କି ଭାରତରେ ଅସହିଷ୍ଣୁତା ଅଛି । ଏହି ବୟାନ ପରେ ଦେଶ ଭିତରେ ଓ ବାହାରେ ସରକାରଙ୍କ ପ୍ରତି ବିରୋଧର ସ୍ୱର ଉଠିିଥିଲା । କିନ୍ତୁ ପରେ ଶାନ୍ତ ପଡିଯାଇଥିଲା ।