ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଏକଦିବସୀୟ ମ୍ୟାଚ ! ସିରିଜ କବଜା ଲକ୍ଷ୍ୟରେ ମ୍ୟାନ ଇନ ବ୍ଲୁ ,ଚିନ୍ତା ବଢାଇଛି ମିଡିଲ ଅର୍ଡର ।

33

କନକ ନ୍ୟୁଜ୍ : ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଶେଷ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍ । ସିିରିଜ୍ ୧-୧ ରେ ସମାନ ସ୍ଥିତିରେ ଥିବାରୁ ଆଜିର ମ୍ୟାଚ ଫାଇନାଲ ସଦୃଶ ହୋଇଛି । ଶେଷ ଟି-୨୦ ବିଜୟ ସହ ଶୃଙ୍ଖଳା ଜିତିଥିବା ବିରାଟ ବାହିନୀ ଆଜି ମଧ୍ୟ ସମାନ କମାଲ କରିବା ଆଶା ରଖିଛି । ତେବେ ଲଡର୍ସ ପରାଜୟ ପରେ ମଧ୍ୟକ୍ରମ ବ୍ୟାଟିଂ ନେଇ ଚିନ୍ତାରେ ରହିଛି ଟିମ୍ ଇଣ୍ଡିଆ ।

କେ.ଏଲ ରାହୁଲ ବିଫଳ ହେବା ଦଳକୁ ଚିନ୍ତାରେ ପକାଇଛି । ଧୋନୀ ଓ ରୈନା ବି କିଛି କମାଲ କରି ପାରୁନାହାଁନ୍ତି । ଏପଟେ ୨୦୧୧ ପର ଠାରୁ ଇଂଲଣ୍ଡ କାର୍ଡିଫରେ ଦିନିକିଆ ମ୍ୟାଚ ହାରିନଥିବାରୁ ଘରୋଇ ଦଳର ପଲା ବି ଭାରି ରହିପାରେ । ତେଣୁ ଆଜି ଦିନିକିଆ ର୍ୟାକିଂର ପ୍ରଥମ ଦୁଇ ଦଳ ଭିତରେ କଡା ଟକ୍କର ହେବା ଆଶା କରାଯାଉଛି ।