ଆଜିଠୁ ହାଇଦ୍ରାବାଦରେ ଆରମ୍ଭ ହେଉଛି ଭାରତ-ବାଂଲାଦେଶ ଟେଷ୍ଟ

17

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ଭାରତ-ବାଂଲାଦେଶ ଟେଷ୍ଟ । ହାଇଦ୍ରାବାଦରେ ଉଭୟ ଟିମ୍ ମଧ୍ୟରେ ଖେଳାଯିବ ଏହି ଗୋଟିଏ ମ୍ୟାଚ୍ । ପ୍ରଥମ ଥର ପାଇଁ ଭାରତରେ ଟେଷ୍ଟ ଖେଳିବ ବାଂଲାଦେଶ । ଦିନିକିଆ କ୍ରିକେଟରେ ପ୍ରାୟ ସବୁ ବଡ ଦଳକୁ ହରାଇ ସାରିଛି ବାଂଲାଦେଶ । ତେବେ ଟେଷ୍ଟ କ୍ରିକେଟରେ ଦଳର ଅପେକ୍ଷାକୃତ କମ୍ ଅଭିଜ୍ଞତା ରହିଛି । ତେଣୁ ଭାରତରେ ଖେଳୁଥିବା ପ୍ରଥମ ଟେଷ୍ଟ ଜିତି ଇତିହାସ ରଚିବା ଲକ୍ଷ୍ୟରେ ରହିଛି ଭ୍ରମଣକାରୀ ଦଳ ।

ଏପଟେ ଇଂଲଣ୍ଡ ପରି ଶକ୍ତିଶାଳୀ ଦଳକୁ ହରାଇ ଆତ୍ମବିଶ୍ୱାସରେ ଭରପୂର ରହିଛି ଟିମ୍ ଇଣ୍ଡିଆ । ହେଲେ ବାଂଲାଦେଶକୁ ହାଲକା ମନେ କରିବା ଅନୁଚିତ ବୋଲି ସାଥୀ ଖେଳାଳିଙ୍କୁ ସତର୍କ କରାଇ ଦେଇଛନ୍ତି ଅଧିନାୟକ ବିରାଟ କୋହଲି ।