ବଢୁଛି ନିର୍ବାଚନୀ ହିଂସା : ବଣାଇରେ ତୀରମାଡରେ ସରପଂଚ ଗୁରୁତର, ୩୦ ଆହତ

24

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲା ବଣାଇରେ ନିର୍ବାଚନୀ ହିଂସା । ବିଜେଡି-ସିପିଆଇଏମ କର୍ମୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଛି । ତୀରମାଡରେ ବିମଳାଗଡ ସରପଂଚ ଜଗଦିଶ ମୁଣ୍ଡା ଗୁରୁତର ହେବା ସହ ୩୦ ଜଣ ଆହତ ହୋଇଛନ୍ତି ।

୫ ଜଣଙ୍କୁ ଲହୁଣିପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଅନ୍ୟ ୫ ଜଣ ଗୁରୁତରଙ୍କୁ ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି । ବିମଳାଗଡ ରେଲୱେ ସାଇଡିଂରେ ସଂଘର୍ଷ ଘଟି ଗାଡି ଭଙ୍ଗାରୁଜା ହୋଇଛି । ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି ।