ସ୍ମାର୍ଟଫୋନକୁ ଆସୁଥିବା ଅନାବଶ୍ୟକ ନୋଟିିଫିକେସନକୁ ନେଇ ଚିନ୍ତିତ କି ? ଜାଣନ୍ତୁ କିପରି ମିଳିବ ମୁକ୍ତି

40

ଆପଣ ନିଜର ସ୍ମାର୍ଟଫୋନକୁ ଆସୁଥିବା ଅନାବଶ୍ୟକ ନୋଟିଫିକେସନକ ନେଇ ଚିନ୍ତିତ ରହୁଛନ୍ତି କି ? ତେବେ ଆପଣ ଚିନ୍ତାମୁକ୍ତ ହୋଇଯାଆନ୍ତୁ, କାରଣ ନ୍ୟୁଜର୍ସି ସ୍ଥିତ ଏକ ୟୁନିଭରସିଟିର ଜଣେ କମ୍ପ୍ୟୁଟର ବୈଜ୍ଞାନିକ ଏମିତି ଏକ ମଡେଲ ତିଆରି କରିଛନ୍ତି ଯେଉଁଠି ମୋବାଇଲ ନୋଟିଫିକେସନ ଆପଣଙ୍କ ବ୍ୟକ୍ତିଗତ ସଚିବ ପରି କାମ କରିବ ଓ ଆପଣଙ୍କ ଇଚ୍ଛା ମୁତାବକ ନୋଟିଫିକେସନ ଆସିବ । ଏପରି ଏକ ସୂଚନା ପ୍ରକାଶ ପାଇଛି ସଞ୍ଜିବନୀ ଟୁଡେ ରେ ।

ନ୍ୟୁଜର୍ସିର ଉକ୍ତ ବୈଜ୍ଞାନିକ ଜଣକ କହିଛନ୍ତି ଆମେ ଯେଉଁ ମଡେଲ ପ୍ରସ୍ତୁତ କରିଛୁ ତାହା ଗ୍ରାହକଙ୍କ ପସନ୍ଦ ଓ ନାପସନ୍ଦରକୁ ଧ୍ୟାନରେ ରଖି ନୋଟିଫିକେସନ ପହଞ୍ଚାଇବ । ଏବେ ସବୁ ସ୍ମାଟଫୋନରେ ନୋଟିଫିକେସନ ମ୍ୟାନେଜମେଣ୍ଟ ସିଷ୍ଟମ କେବଳ ଗ୍ରାହକଙ୍କ ଦ୍ୱାରା କରା ଯାଇଥିବା ସେଟିଂରୁ ହିଁ ନିର୍ଦ୍ଧାରିତ କରା ଯାଇ ପାରୁଛି । ଏଥିରେ ମଧ୍ୟ ନୋଟିଫିକେସନକୁ ନେଇ ଗ୍ରାହକଙ୍କ ପାଖରେ ଅଧିକ ବିକଳ୍ପ ମହଜୁଦ ନାହିଁ । ମୋବାଇଲ ୟୁଜର୍ସ ନୋଟିଫିକେସନ ସିଷ୍ଟମକୁ କେବଳ ଅନ କିମ୍ବା ଅଫ କରିପାରିବ ।

କିନ୍ତୁ ବୈଜ୍ଞାନିକଙ୍କ ଦ୍ୱାରା ତିଆରି ହୋଇଥଇବା ମଡେଲ ୟୁଜରଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇପାରେ କାରଣ ଏହି ମଡେଲ ଗ୍ରାହକଙ୍କ ରୁଚି,ବ୍ୟକ୍ତିତ୍ୱ ଓ କାମର ଆଧାରରେ ନୋଟିଫିକେସନ ଚୟନ କରି ଗ୍ରାହକଙ୍କ ପାଖରେ ପହଞ୍ଚାଇଥାଏ । ଖବରରୁ ଜଣାପଡିଛି ଗତବର୍ଷ ମେ ମାସରେ କୋଲୋରେଡୋର ଡେନବରରେ ହ୍ୟୁମାନ ଫ୍ୟାକ୍ଟରସ ଇନ କମ୍ପ୍ୟୁଟିଂ ସିଷ୍ଟମ ଉପରେ ଏକ କନଫରେନ୍ସ ଆୟୋଜିତ କରାଯାଇଥିଲା, ଯେଉଁଠି ନୋଟିଫିକେସନ ସହ ଜଡିତ ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇଥିଲା ।