ଚିକିତ୍ସା ପାଇଁ ବାଧକ ସାଜିଥିଲା ଅର୍ଥ ! ଯେଉଁଥି ପାଇଁ ଜୀବନ ହାରିଥିଲେ କାଜଲଙ୍କ ଜେଜେମାଆ ଭୂମିକାରେ ନଜର ଆସିଥିବା ଏହି ଅଭିନେତ୍ରୀ

40

ବଲିଉଡରେ ମାଆ ନାଁରେ ପରିଚିତ ଥିଲେ ଅଭିିନେତ୍ରୀ ଅଚଲା ସଚଦେବ । ୧୯୬୫ର ହିଟ୍ ସିନେମା ‘ବକ୍ତ’ ରେ ବଳରାଜ ସାହନିଙ୍କ ପତ୍ନୀ ଭୂମିକାରେ ନଜର ଆସିଥିବା ଅଚଲାଙ୍କ କଥା ଏବେ ବି ମନରୁ ଲିଭି ନାହିଁ । ତେବେ ଏହି ସିନେମାର ସବୁଠାରୁ ଲୋକପ୍ରିୟ ଗୀତ ‘ଔ ମେରୀ ଜୋହରାଜବି’ ଶୁଣିଲେ ଏବେ ବି ମନ ନାଚି ଉଠେ । ୧୯୨୦ରେ ପେଶୱାରରେ ଜନ୍ମ ନେଇଥିବା ଅଚଲାଙ୍କର ୨୦୧୨ ରେ ପରଲୋକ ଘଟିଥିଲା । ଆଜି ତାଙ୍କ ବିଷୟରେ କିଛି ଏଭଳି କଥା ଜଣାଇବାକୁ ଯାଉଛୁ ଯାହା ଆପଣଙ୍କୁ କରିଦେବ ଚକିତ ।

ଅଚଲା ନିଜ କ୍ୟାରିୟରରେ ବଡ ପରଦାରେ ନିଜର ଅଭିନୟର ପ୍ରତିଭା ଦେଖାଇଛନ୍ତି । ୟଶ୍ ଚୋପ୍ରାଙ୍କ ନିର୍ଦ୍ଦେଶିତ ସିନେମା ‘ଦାଗ’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିବାବେଳେ ତାଙ୍କର ଶେଷ ସିନେମାଟି ଥିଲା ‘ଦିଲ୍ ୱାଲେ ଦୁଲହନିୟାଁ ଲେ ଜାୟେଙ୍ଗେ’ । ଏହି ସିନେମାରେ ସେ କାଜଲଙ୍କ ଜେଜେମାଆ ଭୂମିକାରେ ନଜର ଆସିଥିଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ପାଖାପାଖି ୨୫୦ଟି ସିନେମା କରି ସାରିଥିଲେ । ଏଥିସହ ସେ ବିଭିନ୍ନ ଧାରାବାହିକରେ ମଧ୍ୟ କାମ କରିଥିଲେ । ଏହାପରେ ସେ ବିବାହ କରି ସ୍ୱାମୀଙ୍କ ସହ ପୁନେରେ ସିଫ୍ଟ କରିଥିଲେ । ୨୦୦୨ରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯିବା ପରେ ସେ ପୁରା ଏକା ହୋଇଯାଇଥିଲେ । ତେବେ ତାଙ୍କର ଜଣେ ପୁଅ ମଧ୍ୟ ଅଛନ୍ତି । ଯିଏ କି ୟୁଏସରେ ରୁହନ୍ତି । ଦିନେ କୌଣସି କାରଣରୁ ତାଙ୍କ ଗୋଡ ଖସି ଯାଇଥିଲା ଏବଂ ସେ ତଳେ ପଡି ଯାଇଥିଲେ । ଯାହାଦ୍ୱାରା ତାଙ୍କ ଗୋଡ ଭାଙ୍ଗି ଯିବା ସହ ସଂପୂର୍ଣ୍ଣ ଶରୀର ପାରାଲିସିସ୍ ହୋଇଯାଇଥିଲା । ତେବେ ଚିକିତ୍ସା ପାଇଁ ତାଙ୍କୁ ସେଠାରେ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଅଚଲା ୩ ମାସ ଧରି ଡାକ୍ତରଖାନାରେ ପଡି ରହିଥିଲେ । ମାତ୍ର କେହି ବି ହେଲେ ତାଙ୍କୁ ଟିକେ ଦେଖିବାକୁ ଯାଇ ନଥିଲେ । ଏକ ସାକ୍ଷାତକାରରେ ଅଭିନେତ୍ରୀ ନନ୍ଦା କହିଥିଲେ କି, ତାଙ୍କ ପୁଅ ତାଙ୍କୁ ଦେଖା କରିବାକୁ ଖୁବ୍ କମ୍ ଆସୁଥିଲେ । ଶେଷ ସମୟରେ ତାଙ୍କର ଦେଖାଶୁଣା ଏବଂ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ତାଙ୍କର ମୃତ୍ୟୁ ଘଟିଥିଲା ।