ମାଓବାଦୀଙ୍କ ବିରୋଧରେ ମାତିଲେ ଲୋକେ : ମାଲକାନଗିରି ସୀମା ତୁଳସୀ ପାହଡ ତଳେ ଏକାଠି ହେଲେ ୩୦ ଗାଁର ବାସିନ୍ଦା

41

କନକ ବ୍ୟୁରୋ : ମାଲକାନଗିରିର ସୀମାନ୍ତ ଅଂଚଳରେ ମାଓ ବିରୋଧୀ ପ୍ରଜାମେଳି । ଲାଲବାହିନୀ ବିରୋଧରେ ଏକାଠି ହୋଇଛନ୍ତି ୩୦ ଗାଁର ଲୋକ । ନକ୍ସଲଙ୍କ ଉତ୍ପାତରେ ଅତିଷ୍ଠ ଗ୍ରାମବାସୀ ମାଓ ବିରୋଧୀ ଅଭିଯାନକୁ ଜୋର କରିଛନ୍ତି । ମାଲକାନଗିରି-ଛତିଶଗଡ ସୀମାକୁ ଲାଗି ରହିଥିବା ତୁଳସୀ ପାହାଡର ପାଦଦେଶରେ ଏକାଠି ହୋଇଛନ୍ତି ହଜାର ହଜାର ଲୋକ । ମାଓବାଦୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ଗ୍ରାମବାସୀ ।

ଛତିଶଗଡ ଜିଲ୍ଲା ବସ୍ତର ଓ ସୁକୁମା ଜିଲ୍ଲାର ୨୦ରୁ ଅଧିକ ଗାଁର ଲୋକ ଏହି ପ୍ରଜାମେଳିରେ ସାମିଲ ହୋଇଛନ୍ତି । ସେହିପରି ମାଲକାନଗିରି ଜିଲ୍ଲା ମାଥିଲ ବ୍ଲକ ଅନ୍ତର୍ଗତ ମହୁପଦର, ଦାଣ୍ଡିପଦର, କେର୍ମିତି, ତୁଳସୀ ଆଦି ୧୦ଟି ଗାଁର ଲୋକ ମଧ୍ୟ ଏଥିରେ ସାମିଲ ହୋଇ ମାଓବାଦୀଙ୍କୁ ସମର୍ଥନ ନକରିବା ପାଇଁ ସଂକଳ୍ପ କରିଛନ୍ତି । ଏହି ମାଓ ବିରୋଧୀ ମେଳିରେ ବସ୍ତର ଆଇଜିଙ୍କ ସମେତ ବସ୍ତର ଏସପି ଆର.ଏନ ଦାସ, ସୁକୁମା ଏସପି ଯୋଗ ଦେଇ ଗ୍ରାମବାସୀଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଏହାସହ ଦେଖନ୍ତୁ ଏହି ଭିଡିଓ :