ମୋଦି ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ଆପଣଙ୍କ ଗାଡି ରୋଜଗାର କରିପାରିବ ଲକ୍ଷାଧିକ ଟଙ୍କା, ଜାଣନ୍ତୁ ପୂରା ପ୍ରକ୍ରିୟା

40

ଯଦି ଆପଣ ପ୍ରତି ମାସରେ କିଛି ଅଧିକ ରୋଜଗାର କରିବା ପାଇଁ ଚାହୁଁଛନ୍ତି, ସେଥିପାଇଁ ଆପଣଙ୍କ ପାଖରେ ଏକମାତ୍ର କାର ଥିବା ଜରୁରୀ । ଅର୍ଥାତ ସରକାର ପ୍ରାଇଭେଟ କାରକୁ ଓଲା ଓ ଉବର ପ୍ଳାଟଫର୍ମରେରେ ବ୍ୟବହାର କରିବାକୁ ନେଇ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏମିତିରେ ଥରେ ଯଦି ଆପଣଙ୍କ କାର ଓଲା ଉବର କମ୍ପାନୀ ସହିତ ଯୋଡି ହୋଇଯିବ, ରେଗୁଲାର ରୋଜଗାରର ପ୍ରକୃଷ୍ଟ ମାଧ୍ୟମ ବନିଯିବ । ଏହି ବିଷୟରେ ସରକାରଙ୍କ ତରଫରୁ ପାଖାପାଖି ପ୍ରସ୍ତୁତି ସରିଯାଇଛି । ଶୀଘ୍ର ହିଁ ସରକାର ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ।

ଆପଣଙ୍କୁ ଜଣାଇଦେଉଛୁ ଯେ, ଓଲା ଓ ଉବର ସହିତ ଯୋଡି ହୋଇ ଆପଣ ପ୍ରତି ମାସ ସହଜରେ ୨୫ରୁ ୩୦ ହଜାର ଟଙ୍କା ରୋଜଗାର କରିପାରିବେ । ସରକାର ଶୀଘ୍ର ଟ୍ୟାକ୍ସି ପରମିଟର ନିୟମଗୁଡିକୁ ସହଜସାଧ୍ୟ କରିବାର ନିଷ୍ପତ୍ତି ନେଇ ପାରନ୍ତି । ଟ୍ୟାକ୍ସି ପରମିଟ ନିୟମଗୁଡିକ ସହଜ ଓ ସରଳ ହେବା ଦ୍ୱାରା କାର ମାଲିକ ନିଜ କାରକୂୁ ଅତି ସହଜରେ ଓଲା ଓ ଉବର ସହିତ ଯୋଡି ପାରିବେ । ଏହି ସମୟରେ କେହି ବି ନିଜ କାରକୁ ଟ୍ୟାକ୍ସି ଭଳି ବ୍ୟବହାର କରିବାକୁ ଚାହାଁନ୍ତି, ତେବେ ଅନେକ ପ୍ରକାରର ଆପ୍ରୁଭାଲ ଓ କ୍ଲିଏରେନ୍ସ ନେବା ବ୍ୟତୀତ ବାଣିଜ୍ୟିକ ବ୍ୟବହାର କରିବା ପାଇଁ ଗାଡିର ପଂଜିକରଣ କରିବାକୁ ପଡିବ । ଏମିତି କରିବା ଦ୍ୱାରା ବହୁତ ଖର୍ଚ୍ଚ ହୁଏ ଓ ସମୟ ମଧ୍ୟ ଅଧିକ ଲାଗେ । ଆଉ ସମସ୍ତଙ୍କୁ ପରମିଟ ମିଳିବାରେ ମଧ୍ୟ ଅସୁବିଧା ହୁଏ । ଏମିତିରେ ସରକାରଙ୍କ ଏଭଳି ନିଷ୍ପତ୍ତିରେ ପ୍ରାଇଭେଟ କାର ମାଲିକଙ୍କୁ ବି ରୋଜଗାର କରିବାର ସୁଯୋଗ ମିଳିବ ।

ଗତ କିଛି ଦିନ ପୂର୍ବେ ସରକାର ଏହି ମାମଲାରେ ଏକ ଟିମ ତିଆରି କରି ରିପୋର୍ଟ ମାଗିଥିଲେ । ଏହି ରିପୋର୍ଟ ସରକାରଙ୍କୁ ଦିଆଯାଇସାରିଛି । ସରକାର ଏହାକୁ ନୀତି ଆୟୋଗର ୱେବସାଇଟରେ ବି ଦେଇଛନ୍ତି । ପ୍ରକୃତରେ ସରକାର ସହରରେ ବଢୁଥିବା ପ୍ରଦୂଷଣକୁ ଦେଖି ରାସ୍ତାରେ ପବ୍ଲିକ ଟ୍ରାନ୍ସପୋର୍ଟର ସଂଖ୍ୟା ବଢାଇବା ପାଇଁ ଚାହୁଁଛନ୍ତି । ଏହା ବାଦ ସାଧାରଣ ଲୋକଙ୍କୁ ରୋଜଗାର ସୁଯୋଗ ଦେବାର ଉଦ୍ଦେଶ୍ୟ ମଧ୍ୟ ଏହା ଅଧିନରେ ନିହିତ ଅଛି ।

ଜଣାଇରଖୁଛୁ ଯେ, ଓଲା ଓ ଉବର ସହିତ ଯୋଡି ହୋଇଗଲା ପରେ ଆପଣଙ୍କ ଆକାଉଣ୍ଟ ତାଙ୍କ ପ୍ଲାଟଫର୍ମ ରେ ସକ୍ରିୟ ହୋଇଯିବ । ଏହାପରେ ଆପଣଙ୍କ କାରରୁ ଯେତେ ବୁକିଙ୍ଗ ହେବ, ସେହି ହିସାବରେ ଆପଣଙ୍କୁ ବୋନସ ବା କମିଶନ ମିଳିବ । ଏହା ବ୍ୟତୀତ କିଛି କିଛି ବ୍ୟବଧାନରେ ଆପଣଙ୍କୁ ପ୍ରୋତ୍ସାହନ ରାଶି ବି ଦିଆଯିବ । ଏଥିପାଇଁ ପାନ କାର୍ଡ, ନୂଆ ବ୍ୟାଙ୍କ ଆକାଉଣ୍ଟ, ଡ୍ରାଇଭିଙ୍ଗ ଲାଇସେନ୍ସର ଫଟୋ କପି, ଆଇଡି ପ୍ରୁଫ, ଗାଡିର ଦସ୍ତାବିଜର ଫଟୋର କପି ଓ ପୋଲିସ ଭେରିଫିକେସନ ଜରୁରୀ ହେବ । ଆପଣଙ୍କ ପାଖରେ କାର ଅଛି ଯଦି ଓଲା ଓ ଉବରର ଅଫିସକୁ ସଂପର୍କ କରିବାକୁ ପଡିବ । କିଛି ଡକ୍ୟୁମେଣ୍ଟସ ଦେବା ପରେ ଆପଣଙ୍କ ପଂଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ । ତେବେ ଆପଣଙ୍କ ପାଖରେ କମର୍ସିଆଲ ଲାଇସେନ୍ସ ଥିବା ଜରୁରୀ । ସମସ୍ତ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ଆପଣଙ୍କ କ୍ୟାବ ରାସ୍ତାରେ ଗଡିବା ପାଇଁ ପ୍ରସ୍ତୁତ ହୋଇଯିବ ।