ଓଡିଆ ଆଇଏଏସ ଅଫିସର୍ ସୁଭାଷ ଚନ୍ଦ୍ର ଖୁଂଟିଆ ହେବେ କର୍ଣ୍ଣାଟକ ମୁଖ୍ୟ ଶାସନ ସଚିବ

24

କନକ ବ୍ୟୁରୋ : କର୍ଣ୍ଣାଟକ ମୁଖ୍ୟ ଶାସନ ସଚିବ ହେବେ ଓଡିଆ ଆଇଏଏସ ଅଫିସର । ଅକ୍ଟୋବର ୧ ତାରିଖରେ କର୍ଣ୍ଣାଟକ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ ବରିଷ୍ଠ ଆଇଏଏସ ଅଫିସର ସୁଭାଷ ଚନ୍ଦ୍ର ଖୁଂଟିଆ । ଶୁକ୍ରବାର ଅରବିନ୍ଦ ଯାଦବଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତାଙ୍କ ସ୍ଥାନରେ ସୁଭାଷ ଚନ୍ଦ୍ର ଖୁଂଟିଆ ନିଯୁକ୍ତି ହେବେ । ୧୯୮୧ ବ୍ୟାଚର ଏହି ଆଇଏଏସ ଅଫିସରଙ୍କ ଘର ହେଉଛି ଜଗତସିଂହପୁର ।