ଦର୍ଲିପାଲିର ଦାନବ ! ପେଟ୍ରୋଲ ଢାଳି ୨ ଶାଳି ଓ ସ୍ତ୍ରୀକୁ ଜାଳିଲା ସ୍ୱାମୀ

60

କନକ ବ୍ୟୁରୋ :  ସ୍ୱାମୀ ବନିଲା ସଇତାନ । ସୁନ୍ଦରଗଡ ଭସ୍ମା ଥାନା ଦର୍ଲିପାଲିରେ ଅଭାବନୀୟ ଘଟଣା ଘଟିଛି । ଶୋଇଥିବା ବେଳେ ପେଟ୍ରୋଲ ଢାଳି ୨ ଶାଳି ଓ ସ୍ତ୍ରୀକୁ ସ୍ୱାମୀ ଜାଳିଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ୩ ଜଣଙ୍କୁ ସୁନ୍ଦରଗଡ ମେଡିକାଲରେ ଭର୍ତି କରାଯାଇଛି । ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜଣକ ଘଟଣା ପରେ ଫେରାର ରହିଛି ।