୧୦ ହଜାର ଟଙ୍କା ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

27

କୋରାପୁଟ : ଘରୋଇ କଳିରୁ ହତ୍ୟାକାଣ୍ଡ । ପିଲାଙ୍କ ସାମ୍ନାରେ ସ୍ତ୍ରୀକୁ ହତ୍ୟା । ଏଭଳି ଏକ ଅମାନୁଷିକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ସହରରେ । ଜୟନଗର ଅଂଚଳର ରୀନା ହରିଜନକୁ ତାଙ୍କ ସ୍ୱାମୀ ନାରାୟଣ ହରିଜନ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ରୀନା ଏବଂ ସ୍ୱାମୀ ନାରାୟଣଙ୍କ ମଧ୍ୟରେ ୧୦ ହଜାର ଟଙ୍କାକୁ ନେଇ ୫ ଦିନ ହେଲା ଝଗଡ଼ା ଲାଗି ରହòଥିଲା ।

ରୀନା ସ୍ୱୟଂ ସହାୟକ ଗୋଷ୍ଠୀରୁ ୨୦ ହଜାର ଟଙ୍କା ଲୋନ୍ ଉଠାଇଥିଲେ। ସେଥିରୁ ୧୦ ହଜାର ଟଙ୍କା ଦେବା ପାଇଁ ନାରାୟଣ ଜିଦ୍ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ମାତ୍ର ଆଜି ରୀନାଙ୍କ ମୃତଦେହ ଘରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ୩ ଛୁଆ ମୃତଦେହ ସହ ଘରେ ଥିବା ବେଳେ ଅଭିଯୁକ୍ତ ନାରାୟଣ ଫେରାର ହୋଇଯାଇଛି । ପୁଲିସ ଅଭିଯୁକ୍ତ ନାରାୟଣଙ୍କୁ ଧରିବା ପାଇଁ ଅଧିକ ଛାନବିନ୍ ଚଳାଇଛି।