ସୋସିଆଲ ମିଡିଆରେ ଘୁରି ବୁଲୁଛି ଏକ ଭିଡିଓ : କାରର ଗେଟ୍ ଖୋଲି ଖାଦ୍ୟ ଚୋରାଉଛି ଭୋକିଲା ଭାଲୁ

50

ସୋସିଆଲ ମିଡିଆରେ ଏକ ଭୋକିଲା ଭାଲୁର ଭିଡ଼ିଓ ଭାଇରାଲ ହେଉଛି । ଭିଡିଓରେ ଏକ ଭାଲୁ ଜଙ୍ଗଲରୁ ଆସି ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡ଼ିର କବାଟ ଖୋଲିବା ସହ ଭିତରେ ଥିବା ଖାଇବା ଜିନିଷ ନେଇ ଚାଲି ଯାଉଥିବାର ଦେଖା ଯାଇଛି । ଭାଲୁର ଏଭଳି ଭାବରେ ଖାଦ୍ୟ ନେବାର ଅନ୍ଦାଜକୁ ଫେସବୁକ୍ ୟୁଜର୍ସ ପସନ୍ଦ କରୁଥିବା ଦେଖା ଯାଇଛି ।

ସୂଚନା ମୁତାବକ,ଏହି ଭିଡ଼ିଓକୁ ଫେସବୁକରେ କରେନ ସିମିଙ୍ଗଟନ ନାମକ ଜଣେ ୟୁଜର୍ସ ପୋଷ୍ଟ କରିଥିବା ଜଣାପଡ଼ିଛି । ଏହି ଭିଡ଼ିଓକୁ ସେ ସେପ୍ଟେମ୍ବର ୨୫ରେ ପୋଷ୍ଟ କରିଥିବା ବେଳେ ଏବେ ତାହା ଭାଇରାଲ ହୋଇଛି । ମାତ୍ର ଏକ ମିନିଟର ଭିଡ଼ିଓରେ ଭୋକରେ ଥିବା ଭାଲୁଟି କାର୍ ମଧ୍ୟରେ ଥିବା ଖାଦ୍ୟ ଜିନିଷର ବାସ୍ନା ଜାଣିପାରି ସେଠାକୁ ଆସିଥିଲା । ପରେ କେହି ନଥିବାରୁ ସେ ନିଜେ କାରର କବାଟ ଖୋଲିବା ସହ ନିଜ ଆଗ ଦୁଇ ଗୋଡ଼ କାର୍ ଭିତରକୁ ନେଇ ଭିତରେ ଥିବା ଖାଇବା ଆଣି ବାହାରେ ଖାଉଥିବାର ଦେଖା ଯାଇଥିଲା ।