ଏସବିଆଇ ଯୋଗାଇଦେଲା ନୂଆ ସୁବିଧା ! ଏବେ ଘରେ ବସି ଗୋଟିଏ ବ୍ରାଞ୍ଚରୁ ଅନ୍ୟ ଏକ ବ୍ରାଞ୍ଚକୁ ଟ୍ରାନ୍ସଫର କରିହେବ ଆକାଉଣ୍ଟ , ଜାଣନ୍ତୁ ପୁରା ପ୍ରକ୍ରିୟା ।

75

ବ୍ୟାଙ୍କରେ ଖାତା ଖୋଲା ଠାରୁ ଆରମ୍ଭ କରି ବ୍ୟାଙ୍କରେ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ହେଳେ ଅନେକ ଥର ବ୍ୟାଙ୍କକୁ ଦୌଡିବାକୁ ପଡିଥାଏ । ସାଧାରଣତଃ ଗୋଟିଏ ବ୍ରାଞ୍ଚରେ ଥିବା ଆକାଉଣ୍ଟକୁ ଅନ୍ୟ ଏକ ବ୍ରାଞ୍ଚକୁ ସ୍ଥାନାନ୍ତରିତ କରିବାକୁ ହେଲେ ଅନେକ ଥର ବ୍ୟାଙ୍କକୁ ଦୌଡିବାକୁ ପଡିଥାଏ । ଯଦି ଆପଣ ମଧ୍ୟ ଏହି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଏସବିଆଇର ଅନଲାଇନ ଫର୍ମୁଲା ଦ୍ୱାରା ଆପଣ ଗୋଟିଏ ବ୍ରାଞ୍ଚରୁ ଅନ୍ୟ ଏକ ବ୍ରାଞ୍ଚକୁ ଆକାଉଣ୍ଟ ଟ୍ରାନ୍ସଫର କରିପାରିବେ । ଦିନ ଥିଲା ଗୋଟିଏ ବ୍ରାଞ୍ଚରୁ ଅନ୍ୟ ଏକ ବ୍ରାଞ୍ଚକୁ ଆକାଉଣ୍ଟ ଟ୍ରାନ୍ସଫର କରିବାକୁ ହେଲେ ଅନେକ ଫର୍ମ ଫିଲପ୍ କରିବାକୁ ପଡୁଥିଲା । କିନ୍ତୁ ଏସବିଆଇର ଦ୍ୱାରା ପ୍ରଣୟନ କରାଯାଇଥିବା ଏହି ନୂଆ ସୁବିଧା ଅନୁଯାୟୀ ଘରେ ବସି ଖୁବ ସହଜରେ ଆକାଉଣ୍ଟ ଅନ୍ୟତ୍ର ବ୍ରାଞ୍ଚକୁ ସ୍ଥାନାନ୍ତରିତ ହୋଇପାରିବ ।

ଜାଣନ୍ତୁ ବ୍ୟାଙ୍କ ବ୍ରାଞ୍ଚ ବଦଳାଇବାର ପ୍ରଣାଳି ।

ସର୍ବପ୍ରଥମେ ଆପଣ ୟୁଜର୍ସ ନାମ ଏବଂ ପାସୱାର୍ଡକୁ ବ୍ୟବହାର କରି ଏସବିଆଇ ଇଣ୍ଟରନେଟ ବ୍ୟାଙ୍କିଙ୍ଗକୁ ଲଗଇନ କରନ୍ତୁ । ଆପଣଙ୍କ ଖାତାର ହୋମ ପେଜ ଇ-ସର୍ବିସ ଟ୍ୟାବ ଉପରେ କ୍ଲିକ କରନ୍ତୁ । ଏହା ପରେ ଇ-ସର୍ବିସ ସେକ୍ସନର ବାମ ପାଶ୍ୱର୍ରେ ଦିଆଯାଇଥିବା ସେଭିଙ୍ଗ ଆକାଉଣ୍ଟର ବିକଳ୍ପକୁ ଚୟନ କରିବାକୁ ପଡିବ । ସ୍କ୍ରିନ ଉପରେ ଆପଣଙ୍କୁ ଏସବିଆଇରେ ଉପଲବ୍ଧ ଥିବା ଖାତା ଦେଖାଯିବ । ଆପଣ ଯେଉଁ ଖଆତାକୁ ଅନ୍ୟତ୍ର ବଦଳି କରିବାକୁ ଚାହୁଁଛନ୍ତି ସେହି ଖାତାର ସାଖା କୋଡକୁ ଏଥିରେ ଦେବାକୁ ପଡିବ । ଏହା ପରେ ଗେଟ ବ୍ରାଞ୍ଚ ବ୍ୟାଙ୍କ ନାମକ ଏକ ବିକଳ୍ପ ଦେଖାଯିବ । ସେଠାରେ ଆପଣଙ୍କୁ କ୍ଲିକ କରିବାକୁ ପଡିବ । ଏହି ସବୁ ବିକଳ୍ପକୁ ଚୟନ କରିବା ପରେ ଶେଷରେ ତଳେ ଦିଆଯାଇଥିବା ଅକ୍ସେପ୍ଟ ବଟନକୁ କ୍ଲିକ କରି ସମ୍ବିଟ କରିବାକୁ ପଡିବ । ଠିକ ଏହି ଭାବରେ ପ୍ରଣାଳିକୁ ବ୍ୟବହାର କରି ଆକାଉଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିପାରିବେ ।

ଶାଖା ଟ୍ରାନ୍ସଫର କରିବା ପାଇଁ ଜରୁରୀ ଦସ୍ତାବିଜ ।

ବ୍ରାଞ୍ଚ ଟ୍ରାନ୍ସଫର କରିବା ନିମନ୍ତେ ଗୋଟିଏ ଆବେଦନ ପତ୍ର, ପୂର୍ବରୁ ଥିବା ପାସବୁକ, ପୁରୁଣା ଚେକବୁକ, ପୂର୍ବତନ ବ୍ରାଞ୍ଚର ପାସକୋଡ ଏବଂ ପାସପୋର୍ଟ ସାଇଜ ଫଟୋର ଆବଶ୍ୟକ ପଡିବ ।