ନକଲି ଅଣ୍ଡାକୁ ସାବଧାନ ! କେମିତି ଚିହ୍ନିବେ ଅସଲି ଅଣ୍ଡା

77

ବଜାରରେ ଏବେ ମିଳୁଛି ନକଲି ଅଣ୍ଡା । ଯାହା ଦେଖିବାକୁ ଅବିକଳ ଅସଲି ପରି । ନିକଟରେ କୋଲକାତାରୁ ନକଲି ଅଣ୍ଡା ବିକ୍ରି ଅଭିଯୋଗରେ ମହମ୍ମଦ ଶାମିମ୍ ଅନସାରୀ ନାମକ ଜଣେ ବ୍ୟକ୍ତି ଗିରଫ ମଧ୍ୟ ହୋଇଛନ୍ତି । ତେବେ ଆପଣ ବି ଏହି ନକଲି ଅଣ୍ଡାର ଶିକାର ହୋଇପାରନ୍ତି । କାରଣ ଆପଣ କିଣୁଥିବା ଦୋକାନରେ ବି ଥାଇପାରେ ନକଲି ଅଣ୍ଡା । ତେବେ କେମିତି ଜାଣିବେ କେଉଁଟା ଅସଲି ଏବଂ କେଉଁଟା ନକଲି ଅଣ୍ଡା ।

• ନକଲି ଅଣ୍ଡାର ଧଳା ଏବଂ ହଳଦିଆ ଅଂଶକୁ ଗୋଳାଇଲେ ଖୁବ ଶୀଘ୍ର ପରସ୍ପର ସହ ମିଶି ଯାଇଥାଏ । ଯେତେବେଳେ କି ଅସଲି ଅଣ୍ଡାର ଧଳା ଏବଂ ହଳଦିଆ ଅଂଶ ମିଶିବା ପାଇଁ ସମୟ ଲାଗିଥାଏ ।

• ନକଲି ଅଣ୍ଡା ଅସଲି ଠାରୁ ଅପେକ୍ଷାକୃତ ଟାଣ ଏବଂ ଖଦଡା ।

• ନକଲି ଅଣ୍ଡାର ଭିତର ପାଖରେ ରବରର ଏକ ଆସ୍ତରଣ ଥାଏ ।

• ନକଲି ଅଣ୍ଡାକୁ ହଲାଇଲେ ଏହା ଭିିତରେ ଏକ ପ୍ରକାର ଶବ୍ଦ ହୋଇଥାଏ । ଯେମିତି କଠିନ ପଦାର୍ଥ ଉପରେ କୌଣସି ତରଳ ପଦାର୍ଥ ପ୍ରବାହିତ ହେଲେ ହୋଇଥାଏ ।

• ଅସଲି ଅଣ୍ଡାର ବାସ୍ନା ଆଇଁଷିଣିଆ ହୋଇଥିବା ଯେତେବେଳେ କି ନକଲି ଅଣ୍ଡାର କୌଣସି ବାସ୍ନା ନଥାଏ ।

• ଅସଲି ଅଣ୍ଡାକୁ ଭାଙ୍ଗିଲେ ହାଲକା ମସକା ଶବ୍ଦ ହୋଇଥାଏ କିନ୍ତୁ ନକଲି ଅଣ୍ଡାରେ ହୋଇନଥାଏ ।

• ସବୁଠାରୁ ବଡ କଥା ହେଉଛି ନକଲି ଅଣ୍ଡାରେ ପିମ୍ପୁଡି କିମ୍ବା ଅନ୍ୟ ମାଛି ହୋଇନଥାଏ ।

ଏହା ସହ ଦେଖନ୍ତୁ ସବକି ପସନ୍ଦ ନିରମା ! ଜାଣନ୍ତୁ ଡିଟରଜେଂଟ୍ ଝିଅର କାହାଣୀ