ତ୍ୱଚା ଏବଂ କେଶ ସମସ୍ୟା ଦୂର କରେ ଦେଶୀ ଘିଅ ! ଜାଣନ୍ତୁ ସଠିକ୍ ବ୍ୟବହାର

122

ଭାରତରେ ଦେଶୀ ଘିଅ ଭଲ ସ୍ୱାସ୍ଥ୍ୟର ରହସ୍ୟ ଭାବରେ ଜଣାଶୁଣା । କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଏହାକୁ ସଠିକ୍ ଉପାୟରେ ବ୍ୟବହାର କଲେ ତ୍ୱଚାକୁ କୋମଳ କରିବା ସହ ଚମକ ଆସିଥାଏ । ତେବେ ଜାଣନ୍ତୁ କେମିତି କରିବେ ବ୍ୟବହାର ।

କୋମଳ ଏବଂ ଚମକ ତ୍ୱଚା ପାଇଁ
ରାତିରେ ଶୋଇବା ପୂର୍ବରୁ ଚେହେରାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ତିନି ଚାରି ବୁନ୍ଦା ଘିଅ ମୁହଁରେ ଭଲ ଭାବରେ ମାଲିସ୍ କରନ୍ତୁ । ଏପରି ନିୟମିତ କିଛି ଦିନ ଲଗାଇଲେ ତ୍ୱଚାରେ ଚମକ ଆସିବା ସହ କୋମଳ ହୋଇଥାଏ ।

ଶୁଖିଲା ଓଠ ପାଇଁ
ଋତୁ ବଦଳିଲେ ଓଠ ଫାଟିବା ସହ ଶୁଖିଲା ଲାଗିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ରାତିରେ ଶୋଇବା ସମୟରେ ନାଭିରେ ଘିଅ ଲଗାଇ ୫ ମିନିଟ୍ ଯାଏଁ ମାଲିସ୍ କରନ୍ତୁ । ଏହା ଦ୍ୱାରା ଶୁଖିଲା ଓଠ କୋମଳ ହେବା ସହ ଗୋଲାପି ହୋଇଥାଏ ।

କେଶ ଝଡିବା ସମସ୍ୟା ପାଇଁ
ଯଦି ଶରୀରରେ ହରମୋନାଲ୍ ପରିବର୍ତ୍ତନ ପାଇଁ କେଶ ଝଡୁ ଥାଏ ତେବେ ଦେଶୀ ଘିଅକୁ ଅଳ୍ପ ଉଷୁମ କରି ମୁଣ୍ଡରେ ଲଗାନ୍ତୁ । ଏପରି ନିୟମିତ କଲେ କେଶ ମୂଳ ମଜଭୂତ ହୋଇଥାଏ ।

ଘିଅରେ ଥାଏ ଫ୍ୟାଟି ଏସିଡ୍
ନ୍ୟୁଟ୍ରିସିୟନ୍ ଏକ୍ସପର୍ଟଙ୍କ ଅନୁସାରେ ଦେଶୀ ଘିଅରେ ଫ୍ୟାଟି ଏସିଡ୍ ଥାଏ ଯାହା ତ୍ୱଚାକୁ ପୋଷଣ ଦେଇଥାଏ । ଘିଅ ଖାଇଲେ ତ୍ୱଚା ଉପରେ ଭଲ ପ୍ରଭାବ ପଡିଥାଏ ।