ମୋବାଇଲ୍ ପାଉନାହାନ୍ତି କି ? ଖୋଜିବାରେ ସାହାଯ୍ୟ କରିବ ଗୁଗୁଲ ମ୍ୟାପ୍ . . . .

51

ବେଳେବେଳେ ଆପଣ ପକେଟରେ ହାତ ମାରିଲା ବେଳକୁ ମୋବାଇଲ ନଥାଏ । ଆଉ ଆପଣ ଚିନ୍ତିତ ହୋଇଯାଆନ୍ତି । ତେବେ ଏପରି କିଛି ଘଟଣା ଘଟିଲେ ଚିନ୍ତା କରନ୍ତୁ ନାହିଁ । ଗୁଗୁଲ ମ୍ୟାପ୍ ସାହାଯ୍ୟର ଆପଣ ଖୋଜିପାରିବେ ମିଳୁନଥିବା ମୋବାଇଲ୍ । ଏହାସହ ଗୁଗୁଲ ମ୍ୟାପ୍ ସାହାଯ୍ୟରେ ରିଙ୍ଗଟୋନ ବଜାଇବା ସହ ଡାଟା ଡିଲିଟ୍ ମଧ୍ୟ କରିପାରିବେ । ତେବେ ଏଥିପାଇଁ ଆପଣଙ୍କ ପାଖରେ ଆଉ ଏକ ସ୍ମାର୍ଟଫୋନ୍ କିମ୍ବା କମ୍ପ୍ୟୁଟର ରହିବା ଜରୁରୀ । କମ୍ପ୍ୟୁଟର ବ୍ରାଉଜ୍ କରି www.maps.google.co.in  ଯିବାକୁ ପଡ଼ିବ । ତେବେ ଏହି କାମ ପାଇଁ ଇଂଟରନେଟର ନେଟ୍ କନେକ୍ସନ ମଧ୍ୟ ରହିବା ଜରୁରୀ । ଏହା ବ୍ୟତୀତ ଆପଣଙ୍କ ହଜିଯାଇଥିବା ଫୋନର ଜିମେଲ ଆଇଡ଼ି ପାସ୍ୱୱର୍ଡ଼ ମଧ୍ୟ ମନେ ରହିବା ଦରକାର ।


ଏବେ ଆପଣଙ୍କୁ ଅନ୍ୟ ଫୋନ୍ କିମ୍ବା ଲାପଟପ୍ ବ୍ରାଉଜରରକୁ ଯିବାକୁ ପଡ଼ିବ । ଏହାପରେ ଅନ୍ୟ ଫୋନରେ ଥିବା ଜିମଲେ ଆଇଡ଼ିରେ ଲଗ୍ ଇନ୍ କରିବା ପାଇଁ ପଡ଼ିବ । ତା’ପରେ ଯେଉଁ ପେଜ୍ ଖୋଲିବ, ସେଠାରେ ଉପରେ ତିନୋଟି ଡଟ୍ ଦେଖିବା ପାଇଁ ମିଳିବ । ସେଥିଲେ ଆପଣଙ୍କୁ କ୍ଲିକ୍ କିରବା ପାଇଁ ପଡ଼ିବ । ଏହାପରେ Your timeline ବିକଳ୍ପ ଉପରେ କ୍ଲିକ କରିବା ପାଇଁ ପଡ଼ିବ ।


ତାପରେ ଆପଣଙ୍କୁ ବର୍ଷ, ମାସ ଓ ଦିନ ର ବିକଳ୍ପ ଦେଖାଦେବ, ଯାହାକୁ ଚୟନ କରି ଆପଣଙ୍କ ଫୋନ କେଉଁଠି ଜାଣିପାରିବେ । ପ୍ରକୃତକଥା ହେଲା ଗୁଗଲ ମ୍ୟାପର ଏହି ଫିଚର ଆପଣଙ୍କ ଲୋକସେନ୍ ହିଷ୍ଟ୍ରିକୁ ହଜିଯାଇଥିବା ଫୋନକୁ ଖୋଜିପାରିବ । କିନ୍ତୁ ଏହି ଫିଚର ଦ୍ୱାରା ଚେରି ହୋଇଥିବା ସ୍ମାର୍ଟପୋନ୍ ଖୋଜିବା ମୁସ୍କିଲ । ତେବେ ଏହି ଫିଚର ବ୍ୟବହାର କରି ଫୋନ୍ ଖୋଜିବା ପାଇଁ ଆପଣଙ୍କ ଫୋନର ଲୋକେସନ ଅନ୍ ରହିବା ଦରାକର ।