ଜାପାନୀ ଜ୍ୱର ଚିନ୍ତା ! ମୁକାବିଲା ପାଇଁ ୨୭ରୁ ଆରମ୍ଭ ହେବ ଟୀକାକରଣ

34

କନକ ବ୍ୟୁରୋ : ଚାଷୀ ଆତ୍ମହତ୍ୟା ପରେ ଏବେ ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି ଜାପାନୀ ଜ୍ୱର । ରାଜ୍ୟ ସରକାରଙ୍କୁ ଏବେ ଘାରିଛି ଜାପାନି ଜ୍ୱର ମୁକାବିଲା ଚିନ୍ତା । ତେଣୁ ଆସନ୍ତା ୨୭ରୁ ଜାପାନୀ ଜ୍ୱରର ଟିକାକରଣ ଆରମ୍ଭ ହେବ । ୧୩ଟି ଜିଲ୍ଲାର ୭୧ ଲକ୍ଷ ପିଲାଙ୍କୁ ଟିକାକରଣ କରିବେ ସରକାର । ପୂର୍ବରୁ ୪ଟି ଜିଲ୍ଲା ଯଥା ମାଲକାନଗିର, ଯାଜପୁର. କେନ୍ଦୁଝର ଓ ମୟୁରଭଂଜରେ ଟିକାକରଣ ହୋଇଥିଲା ।

ଏହା ସହିତ ପ୍ରଥମଥର ପାଇଁ ଓଡିଶାରେ ମିଜେଲ୍ସ ରୁବେଲାର ଟିକାକରଣ କରାଯିବ । ଆସନ୍ତା ଜାନୁୟାରୀରେ ରୁବେଲା ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ । ୯ ମାସରୁ ୧୫ ବର୍ଷ ପିଲାଙ୍କୁ ଟିକାକରଣରେ ସାମିଲ କରାଯିବ । ଟିକାକରଣରେ ୧ କୋଟି ୨୪ ଲକ୍ଷ ପିଲାଙ୍କୁ ଏଥିରେ ମଧ୍ୟ ସାମିଲ କରାଯିବ । ସଚିବାଳୟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସମନ୍ୱୟ ଟିକାକରଣ ବୈଠକରେ ନିଷ୍ପତି ନିଆଯାଇଛି ।