‘ବାହୁବଲୀ-୨’ପାଇଁ ସବୁଠାରୁ ଅଧିକ ଟଙ୍କା ନେଇ ନାହାନ୍ତି ନାୟକ ପ୍ରଭାସ ! ଜାଣନ୍ତୁ କିଏ ପାଇଛନ୍ତି ଅଧିକମୂୂଲ୍ୟ

34

ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିଚାଲିଛି ‘ବାହୁବଳୀ-ଦ କନକ୍ଲୁଜନ’ । ଲୋକପ୍ରିୟତାର ଶୀର୍ଷରେ ଥିବା ଏହି ସିନେମା ଲୋକଙ୍କ ମନରେ ଘର କରି ସାରିଛି । ଏମିତିରେ ସିନେମାର ନାୟକ ପ୍ରଭାସଙ୍କ ଡିମାଣ୍ଡ ବଢିଯାଇଛି । ନିକଟରେ ଶୁଣିବାକୁ ମିଳିଥିଲା କି ପ୍ରଭାସ ଏବେ ତାଙ୍କର ପ୍ରାଇସ ବଢାଇ ଦେଇଛନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ବାହୁବଳୀ-୨ ସିନେମାରେ ପ୍ରଭାସ ସବୁଠାରୁ ଅଧିକ ମୂଲ୍ୟ ନେଇ ନାହାନ୍ତି । ଆପଣ ନିଶ୍ଚିତ ଜାଣିବା ପାଇଁ ଚାହିଁବେ ପ୍ରଭାସଙ୍କୁ ଛାଡି କିଏ ଏହି ସନେମା ପାଇଁ ନେଇଛି ଅଧିକ ମୂୂଲ୍ୟ । ସେ ବ୍ୟକ୍ତି ଜଣକ ଆଉ କେହି ନୁହଁ ସେ ହେଲେ ବାହୁବଲୀ ସିନେମାର ନିର୍ଦ୍ଦେଶକ ଏସଏସ ରାଜମୌଲୀ ।

ଆସନ୍ତୁ ଜାଣିବା ଏହି ସିନେମା ପାଇଁ କିଏ ନେଇଛନ୍ତି କେତେ ଟଙ୍କା-

ଏସଏସ ରାଜମୌଲୀ-ଏହି ସିନେମା ପାଇଁ ନିର୍ଦ୍ଦେଶକ ରାଜମୌଲୀ ନେଇଛନ୍ତି ୨୮ କୋଟି ଟଙ୍କା । ସିନେମାର ନାୟକ ପ୍ରଭାସ ନେଇଛନ୍ତି ୨୫ କୋଟି ଟଙ୍କା । ଏହି ସିନେମାରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ଭଲ୍ଲାଲଦେବ ତଥା ରାଣା ଦଗୁବତି ନେଇଛନ୍ତି ୫ କୋଟି ଟଙ୍କା । ନାୟିକା ଭୂମିକାରେ ଥିବା ଅନୁଷ୍କା ଶେଟ୍ଟୀ ନେଇଛନ୍ତି ୫ କୋଟି ଟଙ୍କା । ସିନେମାରେ ରାଜମାତା ଭୂମିକାରେ ଅଭିନୟ କରିଥିବା ଶିବଗାମୀ ଓ କଟ୍ଟପା ଭୂମିକାରେ ଅଭିନୟ କରିଥିବା ସତ୍ୟରାଜ ଯଥାକ୍ରମେ ୨.୫ ଓ ୨କୋଟି ଟଙ୍କା ନେଇଛନ୍ତି ।