କେମିତି ଧରାପଡ଼ିଲା ଗ୍ୟାଙ୍ଗଷ୍ଟାର ଟିଟୋ ? ଧରାଇଦେଲେ କି ସହଯୋଗୀ ?

29

କନକ ବ୍ୟୁରୋ : କେମିତି ଧରାପଡ଼ିଲା ଗ୍ୟାଙ୍ଗଷ୍ଟାର ଟିଟୋ । ଟିଟୋକୁ ତାର ସହଯୋଗୀ ଧରାଇଦେଇଥିବା ଚର୍ଚ୍ଚା ହେଉଛି । ଟିଟୁକୁ କାବୁ କରିବାରେ ତାର କେତେକ ଘନିଷ୍ଠ ସହଯୋଗୀ ଏସଟିଏଫକୁ ସହାୟତା ଦେଇଥିବା ସନ୍ଦେହ କରାଯାଉଛି । ଟିଟୋ ନିଜ ଦିଲ୍ଲାରପୁର ଆଡ୍ଡାରେ ସବୁଠୁ ସୁରକ୍ଷିତ ଥାଏବୋଲି କୁହାଯାଏ । ତେବେ ଏସଟିଏଫ୍ ତାକୁ ସେହି ଦିଲାରପୁର ଆଡ୍ଡା ଚଢ଼ାଉ କରିଥିଲା । ତେଣେୁ ପୁଲିସକୁ ଟିଟୋର ସହଯୋଗୀ ପୂର୍ବରୁ ସୁରାଗ ଦେଇଥିବା ସନ୍ଦେହ କରାଯାଉଛି । ଟିଟୋ ଉପରେ ଚଢ଼ାଉ ବେଳେ ସେ ଓ ତାର ୬ ଜଣ ସହଯୋଗୀ କେନ୍ଦ୍ରାପଡ଼ାର ଜଣେ ବିଶିଷ୍ଟ ବ୍ୟବସାୟୀଂକୁ ହତ୍ୟା ଓ ଡକାୟତି କରିବାକୁ ଷଡ଼ଯନ୍ତ୍ର କରିଥିଲେ । ଘଟଣାସ୍ଥଳରୁ ପୁଲିସ୍ ମାରଣାସ୍ତ୍ର ବି ଜବତ କରିଥିଲା ।

tito

 

ସେପଟେ କଟକ ଏସସିବିରେ ଟିଟୋର ଏକ୍ସରେ କରାଯାଇଛି । ଟିଟୋର ଡାହାଣ ଗୋଡ଼ରେ ଗୁଳି ଘସି ହୋଇ ଚାଲିଯାଇଥିବା ବେଳେ ବାସ୍ତବରେ କ୍ଷତର ଗଭୀରତା କେତେ, ତାହା ପରୀକ୍ଷା କରାଯାଉଛି । ତେବେ ଟିଟୋର ସ୍ୱାସ୍ଥ୍ୟାବସ୍ଥା ସେତେଟା ଗୁରୁତର ନଥିବା କୁହାଯାୁଛି । କେତେକ ଆନୁଷଂଗୀକ ପରୀକ୍ଷା ପରେ ଟିଟୋକୁ ହୁଏତ ଦୁଇ ଦିନ ଭିତରେ ଡିସଚାର୍ଜ କରାଯାଇପାରେ । ଅନ୍ୟପଟେ ଟିଟୋକୁ ରିମାଣ୍ଡରେ ନେବାକୁ ଉଭୟ ଏସଟିଏଫ ଓ କମିସନରେଟ୍ ପୁଲିସ୍ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସେପଟେ ଟିଟୋର ୬ ଜଣ ଯାକ ସହଯୋଗୀଙ୍କୁ କେନ୍ଦ୍ରାପଡ଼ା ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି । ଗିରଫ ୬ ସହଯୋଗୀଂକୁ ଅଦାଲତରେ ହାଜର ପରେ କେନ୍ଦ୍ରାପଡ଼ା ବାରିମୂଳ ଜେଲକୁ ପଠାଇ ଦିଆଯାଇଛି ।