ଘରୋଇ ଉପାୟରେ ବ୍ଲିଚ୍ କରି କେମିତି ନେଇପାରିବା ମୁହଁର ଯତ୍ନ ! ଆସନ୍ତୁ ନଜର ପକାଇବା

146

ସୁନ୍ଦର ଦେଖାଯିବା ପାଇଁ ସବୁ ନାରୀ ପାର୍ଲରକୁ ଯାଇ ବ୍ଲିଚ୍ କରିଥାନ୍ତି । ମୁହଁର ଚୁଟିଗୁଡିକୁ ଲୁଚାଇବା ପାଇଁ ମଧ୍ୟ ବ୍ଲିଚ୍ କରିବାକୁ ପଡିଥାଏ । ବ୍ଲିଚ୍ କରିବା ଦ୍ୱାରା ଏହା ମୁହଁ ଉପରେ ଖରାପ ପ୍ରଭାବ ପକାଇଥାଏ ।

ବ୍ଲିଚ୍ କରିବା ଦ୍ୱାରା ମୁହଁ ଜଳିବା ସହିତ କୁଣ୍ଡେଇ ହୁଏ,ଏବଂ ମୁହଁରେ ଦାଗ ମଧ୍ୟ ହୋଇଯାଏ । କିନ୍ତୁ ଆମେ କିଛି ଘରୋଇ ଜିନିଷର ବ୍ୟବହାର କରି ପ୍ରାକୃତିକ ଉପାୟରେ ବ୍ଲିଚ୍ ତିଆରି କରି ତା’ର ବ୍ୟବହାର କରିପାରିବା ।
ଦହି, କମଳା, ଅମୃତଭଣ୍ଡା, ଏବଂ କାକୁଡିକୁ ବ୍ୟବହାର କରି ସେଥିରୁ ବ୍ଲିଚ୍ ତିଆରି କରି ଆମେ ମୁହଁ ପାଇଁ ବ୍ୟବହାର କରିପାରିବା ।
୧- ଦହିରେ ଥିବା ତତ୍ୱ ମୁହଁ ପାଇଁ ଭଲ ସାବ୍ୟସ୍ତ ହୋଇଥାଏ । ଦହିରେ ପ୍ରଚୁର ପରିମାଣରେ ଲ୍ୟାକଟିକ୍ ଏସିଡ୍ ରହିଥିବାରୁ ଏଥିରେ ବ୍ଲିଚ୍ ର ସମସ୍ତ ଗୁଣ ରହିଥାଏ । ଚେହେରାରେ କିଛି ପରିମାଣର ଦହିକୁ ଆମେ ଲଗାଇବା ଏବଂ ତାକୁ କିଛି ସମୟପାଇଁ ଛାଡିଦେବା, ଏବଂ ତା’ପରେ ନଖ ଉଷୁମ ପାଣିରେ ମୁହଁକୁ ଧୋଇଦେବା ତାହା ତ୍ୱଚା ପାଇଁ ଭଲ ସାବ୍ୟସ୍ତ ହୋଇଥାଏ । ଲଗାତର ଯଦି କିଛି ସପ୍ତାହ ପାଇଁ ଏମିତି କରାଯିବ ତାହା ତ୍ୱଚା ପାଇଁ ଫାଏଦା ହୋଇଥାଏ ।

୨- କମଳାରେ ଭିଟିମିନ-ସି ପ୍ରଚୁର ପରିମାଣରେ ରହିଥାଏ, ଯାହା ମୁହଁ ପାଇଁ ବହୁତ ଉପକାରୀ । କମଳାରେ ଥିବା ସିଟ୍ରିକ୍ ଏସିଡ୍ ବ୍ଲିଚର କାମ କରିଥାଏ । କମଳାର ରସରେ ଏକ ଚୁଟକି ହଳଦୀ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ଏହି ପେଷ୍ଟକୁ ମୁହଁରେ ଲଗାଇ ୨୦ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ଛାଡିଦେବା । ଏହାକୁ ସବୁଦିନ ଲଗାଇଲେ ଏହା ନିହାତି ଭାବରେ ଚେହେରା ଉପରେ ପ୍ରଭାବ ପକାଇବ ।

୩- ଗୋରା ରଙ୍ଗ ପାଇବା ପାଇଁ ଚେହେରାରେ ଅମୃତଭଣ୍ଡା ଲଗାଯାଇଥାଏ । କିନ୍ତୁ ଅମୃତଭଣ୍ଡାକୁ ଖାଇବା ଦ୍ୱାରା ମଧ୍ୟ ଚେହେରାରେ ଉଜ୍ଜଳତା ଆସିଥାଏ । କଂଚା ଅମୃତଭଣ୍ଡାକୁ ଲେମ୍ବୁ ସହିତ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ତାକୁ ମୁହଁରେ ଲଗାଇ ୨୦ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ଛାଡିଦେବା । ତା’ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇଦେବା । ସପ୍ତାହରେ  ଗୋଟିଏ ଦିନ ଏମିତି କରିବା ଦ୍ୱାରା ମୁହଁ ଉପରେ ପ୍ରଭାବ ପକାଇଥାଏ ।

୪- କାକୁଡିର ରସ ସହିତ ଲେମ୍ବୁରସକୁ ମିଶାଇ ମୁହଁରେ ଲଗାଇଲେ ଏହା ତ୍ୱଚା ଉପରେ ପ୍ରଭାବ ପକାଇଥାଏ । ଏକ ଚାମଚ ଲେମ୍ବୁରସରେ ଅଧକପ କାକୁଡିର ରସକୁ ମିଶାଇ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଲଗାଇବା ଏବଂ ଏପରି କରିବା ଦ୍ୱାରା ମୁହଁରେ ଚମକ ବଢିଥାଏ ।