ଶିକ୍ଷୟିତ୍ରୀଙ୍କ ଅମାନବୀୟ କାଣ୍ଡ ! ସ୍କୁଲ୍ ଫିସ୍ ଦେଇ ନପାରିବାରୁ ଛାତ୍ରୀଙ୍କ ମୁଣ୍ଡରୁ ଓପାଡିଲେ ଚୁଟି

34

ସାମ୍ନାକୁ ଆସିଛି ମହାରାଷ୍ଟ୍ରର ଜଣେ ଶିକ୍ଷୟିତ୍ରୀଙ୍କ ନୃଶଂସ ଚେହେରା । ଠିକ୍ ସମୟରେ ସ୍କୁଲ୍ ଫିସ୍ ଦେଇ ନପାରିବାରୁ ଜଣେ ୬ ବର୍ଷୀୟ ଛାତ୍ରୀଙ୍କୁ ଉକ୍ତ ଶିକ୍ଷୟିତ୍ରୀ ଜଣକ ଅତି ଅମାନବୀୟ ଭାବରେ ବାଡେଇଥିବା ଅଭିଯୋଗ ହୋଇଛି । ଘଟଣାଟି ଘଟିଛି ଥାନେର ଜ୍ଞାନୋଦୟ ବିଦ୍ୟା ମନ୍ଦିରରେ ।

ଅଭିଯୋଗ ଅନୁସାରେ ଅଭିଯୁକ୍ତ ଶିକ୍ଷୟିତ୍ରୀ ଜଣକ ଲେଟ୍ ଫିସ୍ କମପ୍ଲେଂନ୍ ପାଇଁ ପୀଡିତା ପ୍ରାଚୀ ଗୁପ୍ତାଙ୍କ ଡାଇରୀରେ ଲେଖିବା ପାଇଁ ଚାହିୁଁ ଥିଲେ । କିନ୍ତୁ ପ୍ରାଚୀ ସେଦିିନ ଡାଇରୀ ନେବା ପାଇଁ ଭୂଲି ଯାଇଥିଲା । ବହୁତ ଥର ମାଗିବା ପରେ ମଧ୍ୟ ଡାଇରୀ ନଦେବାରୁ ଶିକ୍ଷୟିତ୍ରୀ ଜଣକ ବହୁତ ରାଗି ଯାଇଥିଲେ । ଏପରିକି ସେ ହିତାହତ ଜ୍ଞାନ ଭୁଲି ପ୍ରାଚୀକୁ ଜୋରରେ ବାଡେଇବା ସହ ଚୁଟି ଓପାଡି ଦେଇଥିଲେ ।

poiଏଥିନେଇ ପ୍ରାଚୀର ବାପା ଅଖିଲେଶ ଗୁପ୍ତା ସ୍କୁଲ ସହ ସଂପର୍କ କରିଥିଲେ ଓ ଘଟଣାର ଛାନଭିନ କରି ମାମଲାର ତଦନ୍ତ ଦାବି କରିଥିଲେ । ଅଖିଲେଶ କହିଛନ୍ତି ଏପରି ହେବା ପରେ ପ୍ରାଚୀ ସ୍କୁଲ ଯିବା ପାଇଁ ରାଜି ହୋଇ ନଥିଲା । ତା ପରେ ସେ ତୁରନ୍ତ ସ୍କୁଲ ଯାଇ ପ୍ରାଚୀର ୩୦୦୦ ଟଙ୍କା ସ୍କୁଲ ପାଉଣା ଦାଖଲ କରିଥିଲେ । ଯେତେବେଳେ ପ୍ରାଚୀକୁ ବଡେଇଥିବା ଶିକ୍ଷୟିତ୍ରୀ ରେଖା ନାୟର ପ୍ରିନିସିପାଲଙ୍କ ଅଫିସକୁ ପଶିଥିଲେ ସେତେବେଳେ ପ୍ରାଚୀରେ ଡରରେ ଥରୁଥିଲା ।

ଘଟଣାର ଛାନଭିନ ପରେ ଉକ୍ତ ଶିକ୍ଷୟିତ୍ରୀଙ୍କୁ ସ୍କୁଲରୁ ସସପେଣ୍ଡ କରା ଯାଇଥିଲା । କିନ୍ତୁ ଏଯାଏଁ ଉକ୍ତ ଶିକ୍ଷୟିତ୍ରୀ ଓ ସ୍କୁଲ ପ୍ରବନ୍ଧକଙ୍କ ବିରୋଧରେ କୈାଣସି ପଦକ୍ଷେପ ନିଆ ଯାଇନାହିଁ । ପ୍ରାଚୀର ବାପା ଯେତେବେଳେ ପୁଲିସରେ ଏନେଇ ଅଭିଯୋଗ କରିଥିଲେ ସେମାନେ ଏପରି ଏକ ସମ୍ବେଦନଶୀଳ ଘଟଣାକୁ ଅତି ହାଲକା ଭାବରେ ନେଇଥିିଲେ ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ପୁଲିସର ଦୁଇ ଜଣ ଅଧିକାରୀ ଅଖିଲେଶଙ୍କୁ ଆପୋଷ ବୁଝାମଣା କରିବା ପାଇଁ ପ୍ରବର୍ତ୍ତାଇ ଥିଲେ । କିନ୍ତୁ ଅଖିଲେଶ ଏଥିରେ ହାରି ନଯାଇ ଏଇ ମାମଲାକୁ ଆଗକୁ ନେବାକୁ ଚାହିୁଁଛନ୍ତି ଓ ତାଙ୍କ ଝିଅକୁ ନ୍ୟାୟ ମିଳିବା ସହ ଉକ୍ତ ଶିକ୍ଷୟିତ୍ରୀ ଓ ସ୍କୁଲ ପ୍ରବନ୍ଧକକୁ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି ।