୧୫ ମିନିଟ୍ ଭିତରେ ଦାନ୍ତ ବିନ୍ଧାରୁ ଆରାମ ଦିଏ ଆଳୁ !

157

ଦାନ୍ତ ବିନ୍ଧିବା ବା କିଛି ଥଣ୍ଡା ଓ ଗରମ ପିଇବା ଦ୍ୱାରା ଦାନ୍ତ ଝିମ୍ ଝିମ୍ ହେବା ଏବେ ଏକ ପ୍ରକାର ସାଧାରଣ ସମସ୍ୟା । ଏହା ସହ ଠିକ୍ ଭାବରେ ଯତ୍ନ ନନେଲେ ଦାନ୍ତରୁ ଦୁର୍ଗନ୍ଧ ସହ ରକ୍ତ ମଧ୍ୟ ବାହାରିଥାଏ । ତେବେ ଏସବୁ କ୍ଷେତ୍ରରେ ଆମେ ଡାକ୍ତର ପାଖକୁ ଯିବାକୁ ପସନ୍ଦ କରିଥାଉ । କିନ୍ତୁ କଣ ଆପଣ ଜାଣନ୍ତି କିଛି ଘରୋଇ ଉପଚାର ଦ୍ୱାରା ଏସବୁ ସମସ୍ୟାରୁ ଆରାମ ମିଳିପାରିବ । ଏବେ ନଜର ପକାନ୍ତୁ ଆପଣଙ୍କ ଘରେ ଥିବା ଔଷଧ ଉପରେ ।

ଲେମ୍ବୁ : ଲେମ୍ବୁରେ ଭିଟାମିନ୍ –ସି ଥାଏ , ଯାହା ଦାନ୍ତ ବିନ୍ଧାରୁ ମୁକ୍ତି ଦେଇଥାଏ । ବିନ୍ଧା ହେଉଥିବା ଅଂଶରେ ଲେମ୍ବୁର ଛୋଟ ଖଣ୍ଡଟିଏ ଲଗାଇଲେ ତୁରନ୍ତ କିଛି ମାତ୍ରାରେ ଆରାମ ମିଳିଥାଏ ।

ଆଳୁ : ଯଦି ଦାନ୍ତରେ ବିନ୍ଧା ହେବା ସହ ଫୁଲିଯାଏ ତେବେ ଆଳୁର ଛୋଟ ଗୋଟିଏ ଅଂଶ କାଟି ସେହି ସ୍ଥାନରେ ୧୫ ମିନିଟ୍ ପାଇଁ ରଖନ୍ତୁ । ଏହା ଦ୍ୱାରା ଖୁବ୍ ଶୀଘ୍ର ଆରାମ ମିଳିଥାଏ ।

ରସୁଣ : ଯଦି ଆପଣ ନିୟମିତ ଦାନ୍ତ ସମସ୍ୟା ପାଇଁ ବ୍ୟସ୍ତ ଅଛନ୍ତି ତେବେ ରସୁଣ ଏଥିରୁ ମୁକ୍ତି ଦେବ । ଏଥିପାଇଁ ରସୁଣରେ ଲୁଣ ଲଗାଇ ଖାଆନ୍ତୁ । ନିୟମିତ ସକାଳେ ଏପରି ଖାଇଲେ ଅନେକ ଲାଭ ମିଳି ଥାଏ ।

ପିଆଜ : ଦାନ୍ତର କଷ୍ଟରୁ ମୁକ୍ତି ପାଇବା ପାଇଁ ପିଆଜ ଏକ ଭଲ ଉପାୟ । ଡାକ୍ତର ବି ମାନନ୍ତି ଯେ ପ୍ରତି ୩ମିନିଟରେ ଥରେ ଛୋଟ ପିଆଜ ଖଣ୍ଡେ ଖାଇବା ଉଚିତ୍ । ଏହା ଦ୍ୱାରା ମୁହଁରେ ଥିବା କିଟାଣୁ ମରିଯିବା ସହ ଦାନ୍ତ ବିନ୍ଧାରୁ ତୁରନ୍ତ ଆରାମ ମିଳିଥାଏ ।

ଲବଙ୍ଗ : ସମସ୍ତେ ଜାଣନ୍ତି ଯେ ଲବଙ୍ଗ ଏବଂ ଏହାର ତେଲ ଦାନ୍ତ ପାଇଁ ଖୁବ୍ ଲାଭଦାୟକ । ଏହାର ବ୍ୟବହାର ତୁରନ୍ତ ବିନ୍ଧାରୁ ଆରାମ ଦେଇଥାଏ ।