ଆଜି ହୀରାକୁଦ ଡ୍ୟାମରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ : ଖୋଲାଯିବ ୬ ରୁ ୧୦ଟି ଗେଟ

50

କନକ ବ୍ୟୁରୋ : ଆଜି ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡାଯିବ । ଦିନ୧୦ଟାରୁ ୧୨ଟା ମଧ୍ୟରେ ବନ୍ୟାଜଳ ଛଡାଯିବ । ୭ଟି ଗେଟରେ ଏହି ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି ଜଳ ସଂପଦ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଉପରମୁଣ୍ଡାରେ  ବର୍ଷା ଯୋଗୁଁ  ଜଳସ୍ତର ଧୀରେ ଧୀରେ ବଢୁଛି । ତେଣୁ ୬ରୁ ୧୦ଟି ଗେଟ ଖୋଲଯିବ ବୋଲି ସୂଚନା ରହିଛି । ବନ୍ୟାକୁ ଦୃଷ୍ଟିରେ ରଖି ସମ୍ବଲପୁର,ବରଗଡ, ସୁବର୍ଣ୍ଣପୁର,ଅନୁଗୁଳ,ବୌଦ୍ଧ,ନୟାଗଡ,କଟକ,ଫୁଲବାଣୀ,ଖୋର୍ଦ୍ଧା,କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।