ରାୟଗଡାରେ ଏନଆଇଏର ଟିମ୍ ! କୁନେରୁ ଷ୍ଟେସନ ଯାଇ ଅନୁଧ୍ୟାନ କରୁଛି ଟିମ୍

22

କନକ ବ୍ୟୁରୋ: ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାର ପୁଣି ଖୋଳତାଡ ଆରମ୍ଭ । ରବିବାର ଏନଆଇଏର ସର୍ବୋଚ୍ଚ ତଦନ୍ତ ଦଳ କୁନେରୁ ଷ୍ଟେସନରେ ତଦନ୍ତ କରିଛନ୍ତି । ହୀରାଖଣ୍ଡ ରେଳ ଦୁର୍ଘଟଣା ପଛରେ ବାହାର ଶକ୍ତିର ହାତ ଥିବା ସନ୍ଦେହ ଧିରେ ଧିରେ ବଳବତ୍ତର ହେଉଛି । ଏନଆଇଏର ସର୍ବୋଚ୍ଚ ତଦନ୍ତ ଦଳ ଆସି ଘଟଣାସ୍ଥଳରେ ତଦନ୍ତ କରିବା ସ୍ପଷ୍ଟ କରୁଛି ହୀରାଖଣ୍ଡ ଦୁର୍ଘଟଣା ଯେ କେବଳ ଦୁର୍ଘଟଣା ନୁହେଁ । ଏହା ପଛରେ ଷଡଯନ୍ତ୍ରର ଗନ୍ଧ ବାରିପାରିଛି ଏନଆଇଏ ।

ରେଳ ଦୁର୍ଘଟଣା ପଛର କାରଣ ଯାନ୍ତ୍ରିକ ତ୍ରୁଟି କିମ୍ବା ମନୁଷ୍ୟକୃତ ତାର ଅନୁସନ୍ଧାନ ଚାଲିଛି । ଯଦି ମନୁଷ୍ୟକୃତ ତେବେ ଏହା ପଛରେ କାହାର ହାତ ରହିଛି । କିଏ ଏଥିରେ ସଂପୃକ୍ତ ତାର ଖୋଳତାଡ କରାଯାଉଛି । ତେବେ ତଦନ୍ତ ପ୍ରଭାବିତ ହେବା ଭୟରେ ଏନଆଇଏ ଦଳ ଗଣମାଧ୍ୟମ ଆଗରେ ମୁହଁ ଖୋଲୁ ନାହାନ୍ତି । ଏହି ଦଳରେ ନୂଆ ଦିଲ୍ଲୀରୁ ଏନଆଇଏର ଆଇଜି ମୁକେଶ, ହାଇଦ୍ରାବାଦ ଏସପି ଆର କୁମାର, ଏସଆରପି ସିମୁଶୀ ବାଜପେୟୀ, ଜଣେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋଙ୍କ ସମେତ ମୋଟ ୧୦ ଅଧିକାରୀ ଯାଂଚ କରିଛନ୍ତି । କୁନେରୁ ଷ୍ଟେସନରେ ଯାଂଚ ବେଳେ ଏନଆଇଏ ଟିମ ସହ ଆନ୍ଧ୍ର ଓ ଓଡିଶାର ପୋଲିସ ରେଳ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

ଗତ ୨୧ ତାରିଖରେ ପୁରୀ-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ ଆନ୍ଧ୍ରର କୁନେରୁ ଷ୍ଟେସନରେ ଲାଇନଚ୍ୟୁତ ହୋଇଥିଲା । ଏଥିରେ ୪୧ ଜଣଙ୍କ ମୃତ୍ୟୁ ଓ ଶତାଧିକ ଆହତ ହୋଇଥିଲେ । ଦୁର୍ଘଟଣା ପରଠୁ ଏନଆଇଏ ଦୁର୍ଘଟଣାର ତଦନ୍ତ କରୁଛି । ତେବେ ନବମ ଦିନରେ ଅର୍ଥାତ ଗତକାଲି ଏନଆଇଏର ସର୍ବୋଚ୍ଚ ତଦନ୍ତ ଦଳ ଅନୁସନ୍ଧାନ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-