ବର୍ଷ ୨୦୧୮ରେ ଗୁଗଲରେ ଅଧିକ ସର୍ଚ୍ଚ କରାଯାଇଥିବା ରୋଗ କ’ଣ ? ଜାଣନ୍ତୁ

140

୨୦୧୮ରେ ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ରୋଗମାନଙ୍କ ସଂପର୍କରେ ଜାଣନ୍ତି କି ? ଏବର୍ଷ ଗୁଗଲରେ ସବୁଠାରୁ ବେଶି ସର୍ଚ୍ଚ କରାଯାଇଥିବା ରୋଗ ହେଲା କର୍କଟ ରୋଗ। ୨୦୧୮ରେ କର୍କଟ ରୋଗ ତଳକୁ ରହିଛି ରକ୍ତଚାପ। ଆପଣ ଜାଣି ବିସ୍ମିତ ହେବେ ଯେ ଭାରତରେ ପ୍ରତି ତିନିଜଣଙ୍କ ମଧ୍ୟରୁ ଜଣେ ହାଇପର ଟେନସନରେ ପୀଡ଼ିତ ଓ ତାଙ୍କର ରକ୍ତଚାପ ରୋଗ ରହିଛି। ଏହି କାରଣରୁ ଭାରତରେ ରକ୍ତଚାପ ଉପରେ ଅଧିକ ସର୍ଚ୍ଚ କରାଯାଉଛି।

ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ୫ କୋଟିରୁ ଅଧିକ। ଏହି କାରଣରୁ ୨୦୧୮ରେ ବି ବହୁ ଲୋକ ଏହି ରୋଗ ସଂପର୍କରେ ସର୍ଚ୍ଚ କରିଛନ୍ତି। ପ୍ରତି ବର୍ଷ ଭାରତରେ ପ୍ରାୟ ୫ଲକ୍ଷ ୨୮ ହଜାରରୁ ୧ ଲକ୍ଷ ୬୧ ହଜାର ଯାଏଁ ଲୋକ କେବଳ ଟାଇଫଏଡ୍ ରୋଗରେ ମୃତ୍ୟୁବରଣ କରିଥାନ୍ତି। ଏହି କାରଣରୁ ଟାଇଫଏଡ ସଂପର୍କରେ ଖୁବ୍ ସର୍ଚ୍ଚ ହୋଇଛି ୨୦୧୮ରେ।

୨୦୧୮ରେ ୧୦ ହଜାର ଡେଙ୍ଗୁ ପୀଡିତଙ୍କ କଥା ଶୁଣିବାକୁ ମିଳିଛି। ଏହି କାରଣରୁ ଏବର୍ଷ ଡେଙ୍ଗୁ ସଂପର୍କରେ ବି ଖୁବ୍ ସର୍ଚ୍ଚ ହୋଇଥିଲା। ଏହା ଛଡା ଟପ୍ ସର୍ଚ୍ଚ ଭିତରେ ଇନସୋମନିଆଁ ଓ ସାଇକୋଲଜି ଆଦି ରୋଗ ମଧ୍ୟ ରହିଛି। ୨୦୧୮ର ଟପ୍ ସର୍ଚ୍ଚ ହେଲ୍ଥ କାର୍ଡସ ତାଲିକାରେ କୋଷ୍ଠକାଠିନ୍ୟତା, ଡାଇରିଆ, ମ୍ୟାଲେରିଆ, ଚିକନଗୁନିୟା,ଏଚଆଇଭି ଏଡସ ଓ ମାନସିକ ଅବସାଦ ଆଦି ରୋଗ ମଧ୍ୟ ସାମିଲ ହୋଇଛି।