ଯଦି ଆପଣଙ୍କ ନିକଟରେ ରୂପେ ଏଟିଏମ କାର୍ଡ ରହିଛି ତେବେ ଏହି ଏଟିଏମ କେବଳ ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ କାମରେ ଆସିନଥାଏ ବରଂ ଏହି ଏଟିଏମ କାର୍ଡର ଅନେକ ପ୍ରକାରର ଫାଇଦା ବି ରହିଛି । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

ମୋଦି ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ମଧ୍ୟରେ ଗୋଟିଏ ହେଲା, ପ୍ରତିଟି ଘରେ ଅତି କମରେ ଗୋଟିଏ ବ୍ୟାଙ୍କ ଖାତା ରହିବା , ଯାହାକୁ ଜନଧନ ଯୋଜନା ଆଧାରରେ ଖୋଲାଯାଇଥିବ । ଏହାବ୍ୟତୀତ ସରକାର ଅଧିକରୁ ଅଧିକ ଲୋକଙ୍କ ନିକଟରେ ରୂପେ ଏଟିଏମ କାର୍ଡ ବି ପହଂଚାଇଚନ୍ତି । ଯାହାର ବ୍ୟବହାର ବହୁଳ ମାତ୍ରାରେ ହୋଇପାରୁ ଏବଂ ଲୋକେ ଏସଂପର୍କରେ ଅବଗତ ହୁଅନ୍ତୁ ବୋଲି ମୋଦି ସରକାରଙ୍କର ଏକମାତ୍ର ଉଦ୍ଦେଶ୍ୟ ରହିଛି । ଏଥିପାଇଁ ମୋଦି ସରକାର ଏହି ଏଟିଏମ କାର୍ଡ ସହିତ ଅନେକ ସାରା ଫାଇଦା ବି ଲୋକଙ୍କୁ ଦେବାକୁ ନିଷ୍ପତି ନେଇଛନ୍ତି । ତେଣୁ ଯଦି ଆପଣଙ୍କ ନିକଟରେ ରୂପେ କାର୍ଡ ରହିଛି ତେବେ ଏହି କାର୍ଡ ଆପଣଙ୍କର କେଉଁ କାମରେ ଆସିପାରେ । ବିଶେଷ କରି ଖରାପ ପରିସ୍ଥିତିରେ ଏହି କାର୍ଡ ବଳରେ ଆପଣ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପାଇପାରିବେ ।

କିଭଳି ମିଳିବ ୨ ଲକ୍ଷ ଟଙ୍କା?

ମୋଦି ସରକାର ରୂପେ କାର୍ଡ ଧାରକଙ୍କ ପାଇଁ ଏକ ପ୍ରକାରର ରୂପେ ଇନସ୍ୟୁରାନ୍ସ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥିରେ ଯେଉଁ ଖାତାଧାରକଙ୍କ ନିକଟରେ ପ୍ରିମିୟମ ରୂପେ କାର୍ଡ ରହିଛି, ସେମାନଙ୍କୁ ୨ ଲକ୍ଷ ଟଙ୍କାର ବୀମା କଭର ମିଳିବ । ବଡ କଥା ହେଲା କି, ଏଥିପାଇଁ କାର୍ଡ ହୋଲ୍ଡରଙ୍କୁ କୌଣସି ଅତିରିକ୍ତ ଚାର୍ଜ ମଧ୍ୟ ପେମେଂଟ କରିବାକୁ ପଡିବ ନାହିଁ ।

କିଭଳି ହେବ ୧ ଲକ୍ଷ ଟଙ୍କାର ବୀମା?

ଯଦି ଆପଣଙ୍କ ନିକଟରେ ନନ-ପ୍ରିମିୟମ ରୂପେ କାର୍ଡ ରହିଛି ତେବେ ରୂପେ ଇନସ୍ୟୁରାନ୍ସ ପ୍ରୋଗ୍ରାମ ଅନୁସାରେ ଆପଣଙ୍କୁ ୧ ଲକ୍ଷ ଟଙ୍କାର ବୀମା କଭର ମିଳିବ । ଏଥିପାଇଁ ବି ଆପଣଙ୍କୁ କୌଣସି ଅତିରିକ୍ତ ଚାର୍ଜ ଦେବାକୁ ପଡିବ ନାହିଁ ।

କିଭଳି ପ୍ରକାରର ହେବ ବୀମା?

ଏହି ବୀମା ଏକ ଆକ୍ସିଡେଂଟାଲ ବୀମା କଭର । ଅର୍ଥାତ୍ ଯଦି କୌଣସି ଦୁର୍ଘଟଣାରୁ ଆପଣଙ୍କର ମୃତ୍ୟୁ ହୋଇଯାଏ କିମ୍ବା ଆପଣଙ୍କ ଶରୀରର କୌଣସି ଅଙ୍ଗ ଅଚଳ ହୋଇଗଲା, ତେବେ ଏଭଳି ପରିସ୍ଥିତିରେ ଆପଣଙ୍କୁ ୧ରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ମିଳିବ । ସେହିପରି ସାଧାରଣ ମୃତ୍ୟୁ ଭଳି ପରିସ୍ଥିତିରେ ଆପଣଙ୍କୁ ଏହି ପଲିସିର ଲାଭ ମିଳିବ ନାହିଁ ।

କେଉଁ କଂପାନୀର ହେବ ବୀମା?

ସୂଚନା ମୁତାବକ, ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ୍ ଇଣ୍ଡିଆ, ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ କଂପାନୀ ଲିମିଟେଡ ସହିତ ପାର୍ଟନରସିପ କରିଛି । ଏହି ପାର୍ଟନରସିପ ବଳରେ ଆପଣଙ୍କୁ ନ୍ୟୁ ଇଣ୍ଡିଆର ଇନସ୍ୟୁରାନ୍ସ ମିଳିବ ।