ଗାଡିରେ ଏହି ହାଇ ସ୍ୱିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇନାହାନ୍ତି ଯଦି ଜଲଦି ଲଗାଇ ନିଅନ୍ତୁ ,ନଚେତ୍ ଜେଲର ପବନ ଖାଇବାକୁ ପ୍ରସ୍ତୁତ ହୋଇଯାଆନ୍ତୁ ।

57

ଯଦି ଆପଣ ମଧ୍ୟ ନିଜ କାରର ନମ୍ବର ପ୍ଲେଟ୍ କୁ ହାଇ ସ୍ୱିକ୍ୟୁରିଟି ନମ୍ବର ପ୍ଲେଟ୍ ରେ ପରିବର୍ତ୍ତନ କରାଇନାହାନ୍ତି ତେବେ ଜଲଦି କରିନିଅନ୍ତୁ ନହେଲେ ଆପଣଙ୍କୁ ଜେଲର ପବନ ଖାଇବାକୁ ପଡିପାରେ । ତେବେ ଏଥିପାଇଁ ପ୍ରଥମେ ଆପଣଙ୍କୁ ୫୦୦ ଟଙ୍କାର ଜରିମାନା ଦେବାକୁ ପଡିବ ଏବଂ ୩ ମାସ ପାଇଁ ଜେଲ୍ ମଧ୍ୟ ଯିବାକୁ ପଡିପାରେ ।

ତେବେ ଆପଣଙ୍କୁ ଏଠାରେ କହିରଖୁଛୁ କି, ଦିଲ୍ଲୀ ପରିବହନ ମନ୍ତ୍ରାଳୟଙ୍କ ଆଦେଶ ପରେ ହାଇ ସ୍ୱିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ଘୋଷଣା ଏକ ମାସ ପୂର୍ବରୁ ହିଁ ହୋଇଯାଇଥିଲା ଏବଂ ଏଥିପାଇଁ ଅକ୍ଟୋବର ୧୩ ତରିଖକୁ ଡେଡଲାଇନ୍ ଦିଆଯାଇଥିଲା । ପରିବହନ ବିଭାଗର ଏକ ଅଧିକାରୀଙ୍କ ମତରେ ବିଭାଗ ତରଫରୁ ଯେଉଁ ପୁରୁଣା ଗାଡିର ଆକଳନ କରାଯାଇଛି ଏହା ଅନୁସାରେ ୪୦ ଲକ୍ଷ ପୁରୁଣା ଗାଡି ଏଭଳି ଅବସ୍ଥାରେ ରହିଛି ଯାହାର କୌଣସି ନମ୍ବର ପ୍ଲେଟ୍ ହିଁ ନାହିଁ । ତେବେ ଏହି ତାଲିକାରେ କାର୍ ସମେତ ଦୁଇଚକିଆ ମଧ୍ୟ ସାମିଲ ଅଛି । ନୂଆ ନମ୍ବର ପ୍ଲେଟକୁ ହାସଲ କରିବା ପ୍ରକ୍ରିୟା ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେଉଛି । ଅଧିକାରୀଙ୍କ ମୁତାବକ ନୂଆ ନମ୍ବର ପ୍ଲେଟ୍ ଦେବା ପାଇଁ ଏବେ ଦିଲ୍ଲୀରେ ୧୩ ଟି ସେଣ୍ଟର ଖୋଲାଯାଇଛି । ପରିବହନ ବିଭାଗର ଏଭଳି ପଦକ୍ଷେପ ପଛରେ ବାହନର ଲଗାତାର ବଢୁଥିବା ଚୋରୀକୁ ରୋକିବା ଏବଂ ବାହନକୁ ଖରାପ କାମ କରିବାରୁ ରୋକିବା ପାଇଁ ଉଦ୍ଦେଶ୍ୟ ରହିଛି ।

ହାଇ ସ୍ୱିକ୍ୟୁରିଟି ନମ୍ବର ପ୍ଲେଟ୍ ଏଲୁମିନିୟମ୍ ରେ ପ୍ରସ୍ତୁତ ହୋଇଥିବା ଚକମକ୍ ଟେପ୍ ସହ ଆସିଥାଏ । ନମ୍ବର ପ୍ଲେଟ୍ ଉପରେ ହ୍ୱିକଲ୍ ଇଞ୍ଜିନ୍ ସହ ଚେସିସ୍ ନମ୍ବର ଏବଂ ଲେଜର ବ୍ରାଣ୍ଡିଙ୍ଗ୍ ର ଦଶ ଅଙ୍କ ବିଶିଷ୍ଟ ପରମାନେଣ୍ଟ ପରିଚୟ ସଂଖ୍ୟା ବି ଦିଆଯାଇଥାଏ । ଦୁଇଚକିଆ ଯାନ ପାଇଁ ଏହି ହାଇ ସ୍ୱିକ୍ୟୁରିଟି ନମ୍ବର ୬୭ ଟଙ୍କା ଏବଂ ଚାରି ଚକିଆ ପାଇଁ ୨୧୩ ଟଙ୍କାରେ ଆପଣଙ୍କୁ ମିଳିଯିବ ।