ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଜାମିନ୍ ! ବନାବିରା ଗୁଳିକାଣ୍ଡ ମାମଲାରେ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ

24

କନକ ବ୍ୟୁରୋ: ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଜାମିନ୍ । ବନାବିରା ଗୁଳିକାଣ୍ଡ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୫୦ ହଜାର ଟଙ୍କା ଲେଖାଁଏ ୨ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହା ସହ ନିମ୍ନ ଅଦାଲତର ବିନା ଅନୁମତିରେ ବାହାରକୁ ନଯିବାକୁ ସର୍ତ ରଖିଛି କୋର୍ଟ । ଜୟନାରାୟଣଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ ଜାମିନ ନେଇ ସୂଚନା ଦେଇଛନ୍ତି । ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ, ସୁବ୍ରତ ସିଂଙ୍କ ଉପରେ ଗୁଳିମାଡ଼ ଏବଂ ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିଲେ ଜୟନାରୟଣ ମିଶ୍ର ।

ଉଲ୍ଲେଖଥାଉ କି, ବରଗଡ଼ ବନାବିରା ଗୁଳିକାଣ୍ଡ ଘଟଣାରେ ଗିରଫ ହୋଇ ଜେଲ ଯାଇଥିଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ର । ଗୁଳିକାଣ୍ଡର ଷଡଯନ୍ତ୍ର ପଛରେ ଜୟନାରାୟଣଙ୍କ ସଂପୃକ୍ତି ଅଭିଯୋଗରେ ମାର୍ଚ୍ଚ ୧୫ ତାରିଖରେ ପଦମପୁର ପୁଲିସ ତାଙ୍କୁ ସମ୍ବଲପୁରରୁ ଗିରଫ କରିଥିଲା । ଆଉ ଜାମିନ୍ ନାମଞ୍ଜୁର ହେବା ପରେ ଜୟନାରାୟଣ ମିଶ୍ରଙ୍କୁ ସୋହେଲା ଜେଲକୁ ଯିବାକୁ ପଡ଼ିଥିଲା ।