ନୀଳ ସମୁଦ୍ରରେ ଧଳା ଜହର ! ଗୁଜରାଟ ସମୁଦ୍ରରେ ଜବତ ହେଲା ୩ହଜାର ୫ଶହ କୋଟିର ହେରୋଇନ୍

47

କନକ ବ୍ୟୁରୋ : ନିଶା କାରବାର ବିରୋଧରେ ଭାରତୀୟ ତଟରକ୍ଷୀ ବାହିନୀକୁ ବଡ ଧରଣ ସଫଳତା । ଇରାନରୁ ଭାରତ ଚାଲାଣ ହେଉଥିବା ୩ ହଜାର ୫ଶହ କୋଟିର ହେରୋଇନ୍ ଜବତ ହୋଇଛି । ୧୫ଶହ କେଜିର ଏହି ହିରୋଇନ୍ ଜବତ କରିବା ସହ ୮ ଜଣକୁ ହେପାଜତକୁ ନେଇଛି ତଟରକ୍ଷୀ ବାହିନୀ ।

ସମୁଦ୍ରର ନୀଳ ଢ଼େଉରେ ଧଳା ଜହର ନେଇ ଆସୁଥିଲେ ନିଶା କାରବାରର ସୌଦାଗର । ଖବର ପହଂଚିଲା ତଟରକ୍ଷୀ ବାହିନୀଙ୍କ ପାଖରେ । ଆରମ୍ଭ ହୋଇଗଲା ଅପରେସନ୍ । ଘେରି ଗଲେ ଉଭୟ ଜଳପଥ ଓ ଆକାଶପଥରୁ । ଖସିଯିବା ପାଇଁ ଆଉ ଚାରା ନଥିଲା । ଆଉ ସାମ୍ନାକୁ ଆସିଲା ଚାଚଂଲ୍ୟକର ତଥ୍ୟ ।

ଇରାନରୁ ଏମ୍ଭି ହେନେରୀ ନାମକ ଏହି ଜାହାଜ ପହଂଚିଥିଲା ପୋରବନ୍ଦର ତଟରେ । ଗୁଇନ୍ଦା ବିଭାଗର ସୂଚନା ପାଇ ଚଢ଼ଉ କରିଥିଲେ ତଟରକ୍ଷୀ ବାହିନୀ । ଆଉ ଚଢ଼ାଉ ପରେ ଜବତ ହୋଇଛି୧୫ଶହ କେଜିର ହେରୋଇନ୍ ବା ନିଶା ଦ୍ରବ୍ୟ । ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୩ହଜାର ୫ଶହକୋଟି । ପାନାମା ପଂଜିକୃତ ଏହି ଜାହାଜରୁ ୮ଜଣଙ୍କୁ ଗିରଫ କରି ହେପାଜତକୁ ନିଆଯାଇଛି । ୩ ଦିନ ଧରି ଚାଲିଥିଲା ସର୍ଚ୍ଚ ଅପରେସନ୍ । ଏହି ପୁରା ଅପରେସନରେ ସାମିଲ ଥିଲେ ଗୁଇନ୍ଦା ବିଭାଗ, ପୁଲିସ୍, କଷ୍ଟମ ଏବଂ ତଟରକ୍ଷୀ ବାହିନୀର କର୍ମଚାରୀ ।