ଅଭିନୟ ତରିକାରେ ନିର୍ବାଚନୀ ପ୍ରଚାର। କେତେବେଳେ ଫସଲ କାଟି ତ କେତେବେଳେ ଟ୍ରାକ୍ଟର ଚଲାଇ ଭୋଟରଙ୍କୁ ଆକର୍ଷିତ କରୁଛନ୍ତି ହେମାମାଳିନୀ

171

କନକ ବ୍ୟୁରୋ: ଚାଡିଆଡେ ଏବେ ନିର୍ବାଚନୀ ଋତୁ ଚାଲୁଥିବା ବେଳେ ଭିନ୍ନ ଭିନ୍ନ ତରିକାକୁ ଆପଣାଇଚାଲିଛନ୍ତି ବଲିଉଡ ଜଗତର ଖ୍ୟାତନାମା ଅଭିନେତ୍ରୀ ତଥା ବିଜେପିର ମଥୁରା ଲୋକସଭା ପ୍ରାର୍ଥୀ ହେମାମାଳିନୀ । ଅଭିନୟ ତରିକାରେ ନିର୍ବାଚନୀ ପ୍ରଚାର କରି ଭୋଟରଙ୍କୁ ଆକର୍ଷିତ କରିବାରେ ଫୁଲ ଦମରେ ଲାଗିପଡିଛନ୍ତି ହେମା। କେତେବେଳେ ଟାଣଖରାରେ ଚାଷୀଙ୍କ ସହ ମିଶି ଗହମ କାଟିଲେଣି ତ ପୁଣି କେତେବେଳେ ଟ୍ରାକ୍ଟର ଚଲାଇ ନିର୍ବାଚନୀ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ବଲିଉଡର ଏହି ଡ୍ରିମ ଗାର୍ଲ ।

ନିକଟରେ ମଥୁରା ମାଂଟ ବିଧାନସଭା କ୍ଷେତ୍ରରେ ହେମା ଭୋଟରଙ୍କ ଗହଣରେ ପହଂଚିଥିଲେ । ଏଠାରେ ସେ ଏକ ଖେତରେ ଟ୍ରାକ୍ଟର ଚଲାଇଥିଲେ ଏବଂ ଜନତାଙ୍କୁ ବିଜେପିକୁ ଭୋଟ୍ ଦେବା ପାଇଁ ଅପିଲ କରିଥିଲେ । ଏଥିସହିତ ହିଁ ହେମା ଖେତରେ ଆଳୁ ବୋହିଥିଲେ ଏବଂ ନିର୍ବାଚନ ଜିତିବା ପରେ ଚାଷୀଙ୍କୁ ଆଳୁର ଉଚିତ ମୂଲ୍ୟ ଦେବା ପାଇଁ ମଧ୍ୟ ପ୍ରତିଶ୍ରୃତି ଦେଇଛନ୍ତି । ତେବେ ବଲିଉଡର ଏହି ଡ୍ରିମଗାର୍ଲଙ୍କ ଗୋଟିଏ ଝଲକ୍ ଦେଖିବା ପାଇଁ ମଥୁରା ଜନାରଣ୍ୟରେ ଭରି ଯାଇଥିଲା ।

ଉଲ୍ଲେଖ ଥାଉ କି, କିଛି ଦିନ ତଳେ ହେମାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଡହ ଡହ ଖରାରେ ଗହମ ଖେତରେ ପସି ଚାଷୀମାନଙ୍କ ସହ ମିଶି ଗହମ କାଟୁ ଥିବାର ନଜର ଆସିଥିଲେ । ତେବେ ହେମାଙ୍କ ଏଭଳି ଢଙ୍ଗରେ ନିର୍ବାଚନୀ ପ୍ରଚାରକୁ ନେଇ ଚର୍ଚ୍ଚା ଜୋର ଧରିଛି ।