କାଲିଠୁ ପୁଣି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ ପ୍ରଭାବରେ ୨୪ ଘଂଟାରେ ପ୍ରବଳ ବର୍ଷିବ

48

କନକ ବ୍ୟୁରୋ : ଆସନ୍ତାକାଲିଠୁ ପୁଣି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୨୪ ଘଂଟାରେ ପ୍ରବଳ ବର୍ଷା ହେବ । ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଓ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ତିନି ଦିନ ଧରି ୨୦, ୨୧, ୨୨ରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ କହିଛି । ମତ୍ସଜୀବୀଙ୍କୁ ସମୂଦ୍ର ମଧ୍ୟକୁ ନଯିବାକୁ ସତର୍କ ସୂଚନା ଜାରି କରାଯାଇଛି ।