ଚାଲିଗଲା ରୁଆନୁ : ଆଜିଠାରୁ ବଢିପାରେ ତାତି

28

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଚାଲିଗଲା ବାତ୍ୟା ରୁଆନୁ । ପୁଣି ବଢିଲା ତାତି । ଆଭ୍ୟନ୍ତରୀଣ ଓଡିଶାରେ ହିଟ୍ ୱେଭ୍ ଆର୍ଲଟ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୨୫ ଓ ୨୬ରେ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପର୍ବାନୁମାନ କରାଯାଉଥିବା କହିଛନ୍ତି ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ସାହୁ । ପଶ୍ଚିମ ଓଡିଶାରେ ବହୁଛି ତତଲା ପବନ । ଆଉ ଦିନେ, ଦୁଇଦିନ ମଧ୍ୟରେ ପଶ୍ଚିମାଂଚଳରେ ତାପମାତ୍ରା ୪୫ ଡିଗ୍ରୀ ଟପିବ । ପଶ୍ଚିମାଂଚଳ ସହ ଆଭ୍ୟନ୍ତରୀଣ ଓଡିଶାରେ ବି ତାପମାତ୍ରା ବଢିପାରେ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଏଭଳି ପରିସ୍ଥିତି ଆଗାମୀ ୪/୫ ଦିନ ଯାଏଁ ଜାରି ରହିବ ବୋଲି ଆକଳନ କରାଯାଉଛି ।

ଏହା ସହ ରୁଆନୁର ପ୍ରଥମ ତାଣ୍ଡବ : ପାରାଦୀପରେ ଭାଙ୍ଗିଲା ୧୫ରୁ ଅଧିକ ଘର