ରାଜ୍ୟରେ ଆହୁରି ବଢିବ ତାତି,ଦୁଇଦିନିଆ ହିଟ ୱେଭ୍ ୱାର୍ଣ୍ଣିଂ ଜାରି କଲା ଆଂଚଳିକ ପାଣିପାଗ କେନ୍ଦ୍ର

25

ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ ସମସ୍ତ ରେକର୍ଡଭାଙ୍ଗିବ । ଆଜିଠୁ ର ଦୁଇ ଦିନ ଧରି ପ୍ରବଳ ତାତି ଅନୁଭୂତ ହେବ ବୋଲି ସତର୍କ ସୂଚନା ଦିଆଯାଇଛି । ଦୁଇ ଦିନ ଧରି ସିଭିୟର ହିଟ ୱେଭ୍ ଜାରି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏପରିକି ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେବ । ପୂର୍ବରୁ ୨୦୧୫ ସବୁଠାରୁ ଉତପ୍ତ ବର୍ଷ ଥିଲା । ବର୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ଯେଭଳି ଭାବେ ପାରଦ ବଢି ବଢି ଚାଲିଛି, ଚଳିତ ବର୍ଷ ତାତି ସମସ୍ତ ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଇପାରେ ବୋଲି ଆଇଏମଡି ମହାନିର୍ଦେଶକ କହିଛନ୍ତି । ଗତବର୍ଷଠାeê ସୃଷ୍ଟି ହୋଇଥିବା ଅଲþ ନିନୋର ପ୍ରଭାବରେ ଏଭଳି ତାପମାତ୍ରା ବଢି ଚାଲିଛି । ଆସନ୍ତାମାସ ବେଳକୁ ଏହାର ପ୍ରଭାବ ଧିରେ ଧିରେ କମିବା ଆରମ୍ଭ କରିବ ବୋଲି ଆଇଏମଡି କହିଛି ।