ମାଗଣାରେ କରନ୍ତୁ ଅନଲାଇନ୍ ଟ୍ରାନଜାକ୍ସନ୍ ! ଏଚଡ଼ିଏଫସି ବ୍ୟାଙ୍କ ନେବନି ଶୁଳ୍କ

19

ଗ୍ରାହକଙ୍କ ସୁବିଧା ପାଇଁ ବେସରକାରୀ ବ୍ୟାଙ୍କ୍ ଏଚଡ଼ିଏଫସି ଏକ ବଡ଼ ଘୋଷଣା କରିଛି । ବ୍ୟାଙ୍କ୍ ଅନଲାଇନ୍ ଜରିଆରେ ହେଉଥିବା ଆରଟଇଜିଏସ୍, ଏନଇଏଫଟି ନେଣଦେଣକୁ ମାଗଣା କରିଦେଇଛି । ଅନ୍ୟପଟେ ଚେକ୍ ଜରିଆରେ ନେଣ ଦେଣ ଉପରେ ବିଭିନ୍ନ ଶୁଳ୍କକୁ ଆଗାମୀ ମାସରେ ବଢ଼ାଇବା ପାଇଁ ଘୋଷଣା କରିଛି ବ୍ୟାଙ୍କ୍ ।
ଅନଲାଇନ୍ ଟ୍ରାନଜାକ୍ସନ ଉପରେ କୌଣସି ଚାର୍ଜ ନାହିଁ –

– ବ୍ୟାଙ୍କ୍ ତରଫରୁ ଜାରି ହୋଇଥିବା ସୂଚନା ଅନୁସାରେ ଗ୍ରାହକଙ୍କୁ ଆରଟିଜିଏସ୍ ଓ ଏନଇଏଫଟି ଜରିଅ।।ରେ ଅନଲାଇନ୍ ନେଣ ଦେଣ ଉପରେ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ୧, ନଭେମ୍ବରରୁ ଲାଗୁ ହୋଇଛି ଏହି ସେବା ।

– ବ୍ୟାଙ୍କ ପୂର୍ବରୁ ୨-୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆରଟିଜିଏସ୍ ଉପରେ ୨୫ ଟଙ୍କା ଶୁଳ୍କ ଆଦାୟ କରୁଥିଲା ।

– ଏନଇଏଫଟି ଜରିଆରେ ୫ ଲକ୍ଷ ଠାରୁ ଅଧିକ ଟଙ୍କା ପଠାଇବା ଉପରେ ୫୦ ଟଙ୍କା ଦେବାକୁ ପଡ଼ୁଥିଲା ।

ଏପରିସ୍ଥଳେ ବ୍ୟାଙ୍କ୍ ଶାଖା ଜରିଆରେ ଏନଇଏଫଟି ଓ ଆରଟିଜିଏସ୍ ନେଣ ଦେଣ ଉପରେ ଶୁଳ୍କ ଲାଗୁ ହେବ । ବ୍ୟାଙ୍କ ତରଫରୁ ଜାରି ହୋଇଥିବା ବୟାନରେ କୁାହଯାଇଛି ଏନଇଏଫଟି/ଆରଟିଜିଏସ୍ ଅନଲାଇନ୍ ଶୁଳ୍କରେ କରାଯାଇଥିବା ପରିବର୍ତ୍ତନ ସମସ୍ତ ବେତନଭୋଗୀ ଓ ଗ୍ରାହକଙ୍କ ପାଇଁ ୧, ନଭେମ୍ବର ୨୦୧୭ରୁ ଲାଗୁ ହୋଇଯାଇଛି । ଚେକ୍ ବୁକ ବିଷୟରେ ବ୍ୟାଙ୍କ୍ ସୂଚନା ଦେଇଛି, ଗ୍ରାହକଙ୍କୁ ଏକ ବର୍ଷରେ ୨୫ ପୃଷ୍ଠାର ଏକ ଚେକ୍ ବୁକ୍ ନିଶୁଳ୍କ ମିଳିବ । ୨୫ ପୃଷ୍ଠାର ଅତିରିକ୍ତ ଚେକବୁକ୍ ପାଇଁ ୭୫ ଟଙ୍କାର ଶୁଳ୍କ ଅପରିବର୍ତ୍ତିତ ରହିବ ।