ଆଜି ରିଲିଜ ହେଉଛି ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କଡୱି ହାୱା’

49

କନକ ବ୍ୟୁରୋ :  ଆଜି ରିଲିଜ ହେଉଛି ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କଡୱି ହାୱା’ । ଜଳବାୟୁ ପରିବର୍ତନକୁ ନେଇ ନିର୍ମାଣ ହୋଇଛି ଏହି ମୁଭି । ମରୁଡି ପ୍ରଭାବିତ ବୁନ୍ଦେଲଖଣ୍ଡର ଏକ ସତ୍ୟ ଘଟଣାକୁ ନେଇ ଗତିଶୀଳ ହୋଇଛି ସିନେମା । ଏହାର ଟ୍ରେଲର ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତ ହୋଇଛି ।

ଏଥିରେ ଲିଡ୍ ରୋଲରେ ଅଛନ୍ତି ସଂଜୟ ମିଶ୍ରା ଓ ରଣବୀର ଶୌରୀ । ସଂଜୟ ମିଶ୍ରା ଏଥିରେ ଜଣେ ଅନ୍ଧ ବ୍ୟକ୍ତି ଭୂମିକାରେ ନଜର ଆସିଛନ୍ତି ଯିଏ କି ମରୁଡି ଗ୍ରସ୍ତ ବୁନ୍ଦେଲଖଣ୍ଡରେ ବସବାସ କରୁଛନ୍ତି । ଫସଲ କରିବା ପାଇଁ ଋଣ କରିଥିବା ବେଳେ ମରୁଡି ଯୋଗୁଁ ଫସଲ ଅମଳ ହୋଇପାରିନାହିଁ । ଏବଂ ଋଣ ସୁଝିବା ଚିନ୍ତା ଘାରିଛି ତାଙ୍କୁ । ଏପରି ଚାଷୀଙ୍କ ସମସ୍ୟା କାହାଣୀକୁ ନେଇ ସିନେମା ଗତିଶୀଳ ହୋଇଛି ।