ହରିୟାଣା ଗୁରାଗ୍ରାମରେ ଭୁଶୁଡିଲା ୪ ମହଲା କୋଠା ! ଫସିରହିଛନ୍ତି ୮ରୁ ଅଧିକ ଲୋକ, ଉଦ୍ଧାର କାର୍ଯ୍ୟ ଜାରି

127

କନକ ବ୍ୟୁରୋ : ହରିୟାଣା ଗୁରୁଗ୍ରାମ ଉଲାସ ଗାଁରେ ଏକ ଚାରିମହଲାର କୋଠା ଭୁଶୁଡିପଡିଛି । ଆଜି ସକାଳ ୫ଟା ପାଖାପାଖି ଏହି ଅଘଟଣ ଘଟିଛି । କୋଠା ଭୁଶୁଡିପଡିବା ପରେ ୮ରୁ ଅଧିକ ଲୋକ ଚାପି ହୋଇରହିଥିବା ସନ୍ଦେହ କରାଯାଉଛି । ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି । ସମସ୍ତେ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଏନଡିଆରଏଫର ୩ଟି ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏଯାଏ କୌଣସି ମୃତହାତର ଖବର ଆସିନାହିଁ ।

ଏହି ବିଲ୍ଡି ଭୁଶୁଡିବା ଫଳରେ ଆଖପାଖରେ ଥିବା କୋଠାର ମଧ୍ୟ କ୍ଷତି ହୋଇଛି । ସକାଳେ ଯେତେବେଳେ ଏହି ଅଘଟଣ ଘଟିଲା ସମସ୍ତ ଲୋକ ଶୋଇଥିଲେ । ଜେସିବି ସାହାଯ୍ୟରେ ଭଗ୍ନସ୍ତୁପକୁ ବାହାର କରାଯାଉଛି । ବିଲ୍ଡିଂ ଟି ଭୁଶୁଡିବା ପୂର୍ବରୁ ଏହି ଅଂଚଳରେ ବହୁତ ଜୋରେ ବର୍ଷା ହୋଇଥିଲା । ଅତ୍ୟଧିକ ବର୍ଷା ଯୋଗୁ ମଧ୍ୟ ବିଲ୍ଡିଂଟି ଭୁଶୁଡିପଡିଥିବା କୁହାଯାଉଛି । ଘଟନାସ୍ଥଳରେ ଭଙ୍ଗା କଂକ୍ରିଟ୍ ସବୁ ବିଛାଡ଼ି ହୋଇ ପଡ଼ିଛି । ସେଗୁଡ଼ିକୁ ହଟାଇ ଭିତରେ ଅଟକି ରହିଯାଇଥିବା ବ୍ୟକ୍ତିଙ୍କୁ ବାହାର କରିବାକୁ ଜରୁରୀକାଳୀନ ସେବା ଚେଷ୍ଟା ଚଳାଇଛି।