କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲାରେ ଆଜି ୧୨ ଘଂଟିଆ କେନ୍ଦ୍ରାପଡା ବନ୍ଦ ଡାକରା ଦେଇଛି ରାଷ୍ଟ୍ରୀୟ ସୁରକ୍ଷା ମଂଚ । ବନ୍ଦ ଡାକରାକୁ ଆଖିରେ ରଖି ପୌରାଂଚଳର ସମସ୍ତ ସ୍କୁଲ, କଲେଜ ବନ୍ଦ ରଖିବାକୁ ନିଷ୍ପତି ନେଇଛି ପ୍ରଶାସନ । ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ବେଳେ କେନ୍ଦ୍ରାପଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଆଜି ବନ୍ଦ ପାଳନ କରାଯାଉଛି । ହାଇସ୍କୁଲ ପଡ଼ିଆରେ ସଭାକୁ ନେଇ ଉତ୍ତେଜନା ପରେ ଉଭୟ ଗୋଷ୍ଠୀ ମାରପିଟ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ପାଇଁ ସ˚ଘ ପକ୍ଷରୁ ପଥ ସ˚ଚାଳନ ଶୋଭାଯାତ୍ରା ସହ କେନ୍ଦ୍ରାପଡା ଟାଉନ ହାଇସ୍କୁଲ ପଡ଼ିଆରେ ସମାବେଶ ଆୟୋଜନ କରାଯାଇଥିଲା । ଏଥିପାଇଁ ସ୍କୁଲ୍ ପଡ଼ିଆରେ ସମାବେଶ ପାଇଁ ବ୍ୟବସ୍ଥା କରାଯାଇଥିଲା । ଏହି ସମୟରେ ଅନ୍ୟ ସଂପ୍ରଦାୟର ଲୋକମାନେ କାର୍ୟ୍ୟକ୍ରମର ଆୟୋଜନକୁ ବିରୋଧ କରିଥିଲେ । ସେମାନେ କହିଥିଲେ ଯେ, ପୂର୍ବତନ ଜିଲ୍ଲାପାଳ ରେଘୁ ଜୀ ସେମାନଙ୍କର ଶୋଭାଯାତ୍ରାକୁ ବନ୍ଦ କରିବା ସହ ଏହି ହାଇସ୍କୁଲ ପଡ଼ିଆରେ କୌଣସି ଧାର୍ମିକ ସଭା, ଶୋଭାଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏପରିସ୍ଥଳେ କାର୍ୟ୍ୟକ୍ରମକୁ କିଭଳି ଅନୁମତି ଦିଆଗଲା ବୋଲି ପ୍ରଶ୍ନ କରିଥିଲେ । ଏଠାରେ ଅଯଥାରେ ଉତ୍ତେଜନା ସୃଷ୍ଟି କରିବା ଲାଗି ଉଦ୍ୟମ କରାଯାଉଥିବା କହିଥିଲେ ।
ଏଭଳି ସ୍ଥିତିରେ ଉପଜିଲ୍ଲାପାଳ ସ˚ଜୟ କୁମାର ମିଶ୍ର ସ୍କୁଲ ପଡ଼ିଆ ଓ ୧୨ ନମ୍ବର ଵାର୍ଡ ଅନ୍ତର୍ଗତ ହାଇସ୍କୁଲ ଜଇପୁରା ରାସ୍ତା ଓ ରଣପଡ଼ା ରାସ୍ତାରେ ୧୪୪ ଧାରା ଜାରି କରିଥିଲେ। ୧୪୪ ଧାରା ଜାରି ହୋଇଥିବାରୁ ରାସ୍ତା ଓ ପଡ଼ିଆ ଖାଲି କରିବାକୁ ଏସ୍ପି ନୀତିଶେଖର ମାଇକ ଯୋଗେ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସହରରେ ଉତ୍ତେଜନା ଲାଗି ରହିଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ପୁଲିସ ମୁତୟନ କରାଯାଇଛି । କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ କେନ୍ଦ୍ରାପଡାରେ ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପୁଲିସ୍ ଆଇଜି (ଆଇନଶୃଙ୍ଖଳା) ଅମିତାଭ ଠାକୁର କହିବା ଅନୁଯାୟୀ, କଟକରୁ ୫ ପ୍ଲାଟୁନ ଏବଂ ଜଗତସିଂହପୁରରୁ ୨ ପ୍ଲାଟୁନ ପୁଲିସ ଫୋର୍ସ କେନ୍ଦ୍ରାପଡାକୁ ପଠାଯାଇଛି । ସେଠାରେ ପୂର୍ବରୁ ୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଅଛନ୍ତି ।