ଗୁଜୁରାଟ ଫେରିଲେ ହାର୍ଦ୍ଦିକ ପଟେଲ ! ରାଷ୍ଟ୍ରଦ୍ରୋହ ମାମଲାରେ ହୋଇଥିଲେ ଦଣ୍ଡିତ

27

୬ମାସ ପରେ ଗୁଜୁରାଟ ଫେରିଲେ ହାର୍ଦ୍ଦିକ ପଟେଲ । ଗୁଜୁରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଷ୍ଟ୍ରଦ୍ରୋହ ମାମଲାରେ ଗତ ଜୁଲାଇରେ ୬ମାସ ପାଇ ରାଜ୍ୟ ବାହାରକୁ ଚାଲିଯାଇଥିଲେ ହାର୍ଦ୍ଦିକ । ତେବେ ଆଜି ଫେରିବା ପରେ ଗୁଜୁରାଟ ହିମ୍ମତନଗରରେ ଅୟୋଜିତ ଏକ ର୍ୟାଲିକୁ ସେ ସମ୍ବୋଧିତ କରିବେ । ସେପଟେ ହାର୍ଦ୍ଦିକଙ୍କ ଲେଉଟାଣିକୁ ନେଇ ତାଙ୍କ ସମର୍ଥକମହଲରେ ବେଶ ଉତ୍ସାହ ଦେଖାଦେଇଛି ।

ସୂଚନା ଅନୁସାରେ, ପଟେଲ ସମୁଦାୟକୁ ଆରକ୍ଷଣ ଦେବାକୁ ଦାବି କରି ଆନ୍ଦୋଳନ ଚଳାଇଥିଲେ ହାର୍ଦ୍ଦିକ ପଟେଲ । ଏହି ଆନ୍ଦୋଳନ ସମୟରେ ଅନେକ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାଫଳରେ ଗୁଜୁରାଟ ହାଇକୋର୍ଟ ହାର୍ଦ୍ଦିକଙ୍କୁ ରାଜ୍ୟବାହାରକୁ ଚାଲିଯିବାକୁ ଆଦେଶ ଦେଇଥିଲେ ।