ଦବିଲା ଗୁରୁପ୍ରୀୟା ସେତୁ । ବ୍ରିଜର ୧୬ନମ୍ବର ପିଲାର ତଳେ ୨ଟି ପାଇଲ ଦବିଥିବା ସୂଚନା । ପୂର୍ତ୍ତବିଭାଗ କହିଲା, ପଡିବ ନାହିଁ କୌଣସି ପ୍ରଭାବ

35

କନକ ବ୍ୟୁରୋ: ଦବିଲା ଗୁରୁପ୍ରିୟା ସେତୁ । ସେତୁର ୧୬ ନମ୍ବର ପିଲାର ତଳେ ଦୁଇଟି ପାଇଲ ଦବିଥିବା ଦେଖିବାକୁ ମିଳିଛି । ତେବେ ଏଥିରେ କୌଣସି ଅସୁବିଧା ନ ଥିବା କହିଛନ୍ତି ପୂର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରୁଣ ସାହୁ । ପାଣି ତଳେ ଏହାର ନିର୍ମାଣ ଏପରି ହିଁ ହୋଇଥିବା ସେ କହିଛନ୍ତି ।

ପୂର୍ବରୁ ପାଇଲ ବଙ୍କା ହୋଇଥିବାରୁ ଡିଜାଇନରେ ପରିବର୍ତ୍ତନ କରାଯାଇ ଗୋଟିଏ ପିଲାର ତଳେ ଚାରିଟି ପାଇଲ ସ୍ଥାନରେ ୬ଟି ପାଇଲ ନିର୍ମାଣ କରାଯାଇଛି । ତେବେ ପାଇଲ ବଙ୍କା ଯୋଗୁଁ ପିଲାର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଗୁରୁ ପ୍ରିୟା ସେତୁ ନିର୍ମାଣ ଆଗେଇବା ଦିଗରେ ଅସୁବିଧା ନଥିବା ସ୍ପଷ୍ଟ କରିଛନ୍ତି ନିର୍ବାହୀ ଯନ୍ତ୍ରୀ । ବିଭିନ୍ନ ଦୃଷ୍ଟିକୋଣରୁ ଏହି ସେତୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ।