ଗୁରୁଗ୍ରାମ୍ ସ୍କୁଲରେ ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା ମାମଲା ! ଅଭିଯୁକ୍ତ ବସ୍ କଂଡକ୍ଟର ଅଶୋକଙ୍କ ପରିବାର ଗାଁରୁ ବାସନ୍ଦ

40

କନକ ବ୍ୟୁରୋ : ହରିୟାଣାର ଗୁରଗାଁଓ ରିଆନ ଇଂଟରନ୍ୟାସନାଲ ସ୍କୁଲରେ ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଘଟଣାରେ ଗିରଫ କଣ୍ଡକ୍ଟର ଅଶୋକ କରିଥିବା କୁକର୍ମର ଫଳ ଭୋଗୁଛନ୍ତି ତାଙ୍କ ପରିବାର ଲୋକ । ଗୁରଗାଁଓ ନିକଟ ସୋହନାର ଘମରୋଜ ଗାଁ ଏବେ ଚର୍ଚ୍ଚାରେ । ପ୍ରଦ୍ୟୁମ୍ନକୁ ଦୁଷ୍କର୍ମ ଉଦ୍ୟମ ଓ ହତ୍ୟା ଘଟଣାର ଅଭିଯୁକ୍ତ ଅଶୋକ ଓ ପରିବାର ବର୍ଗ ଏହି ଗାଁରେ ରହନ୍ତି । ଦିଲ୍ଲୀର ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।

ଅଶୋକକୁ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ କରି ଘମରୋଜ ଗାଁର ପଂଚାୟତ କଡା ନିଷ୍ପତି ନେଇଛି । ପଂଚାୟତ ପରିବାରକୁ ବହିଷ୍କାର କରିବା ସହ ନିଆଁପାଣି ବି ବାସନ୍ଦ କରିଦେଇଛନ୍ତି । ପଂଚାୟତର କହିବା କଥା ହେଲା, ସେମାନେ ପରିବାର ସହ ଅଛନ୍ତି । କିନ୍ତୁ ଅଶୋକ ବହୁଚ ନୀଚ୍ଚ କାମ କରିଛନ୍ତି । ତାଙ୍କୁ ଦଣ୍ଡ ମିଳିବା ଦରକାର । ଅଶୋକଙ୍କ ଦଣ୍ଡ ସମ୍ପର୍କରେ ଆଲୋଚନା କରିବାକୁ ଆଜି ପଂଚାୟତ ବୈଠକ ବି ବସୁଛି । ଶୁକ୍ରବାରଦିନ ଗୁଡଗାଁର ରିଆନ ଇଂଟରନ୍ୟାସନାଲ ସ୍କୁଲରେ ଦ୍ୱିତୀୟ ଶ୍ରେଣୀର ଛାତ୍ର ପ୍ରଦ୍ୟୁମ୍ନଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା କରିଥିଲା ଅଶୋକ । ଅଶୋକ ଆତ୍ମସମର୍ପଣ କରିସାରିଛି ।