ଆସିଲା ପିକନିକ୍ ଋତୁ : ପର୍ଯ୍ୟଟକଙ୍କୁ ଜଳପଥରେ ଭିତରକନିକା ବୁଲାଇବା ପାଇଁ ଫେରିଘାଟ ବ୍ୟବସ୍ଥା ଆରମ୍ଭ କଲା ବନବିଭାଗ

248

କନକ ବ୍ୟୁରୋ : ପିକ୍‌ନିକ ଋତୁରେ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଜଳପଥରେ ଭିତରକନିକା ବୁଲାଇବା ପାଇଁ ବନ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି ଫେରିଘାଟର ବ୍ୟବସ୍ଥା । ବନ ବିଭାଗର ଲଂଚ ସ୍କିମର ପ୍ରତିଦିନ ପର୍ଯ୍ୟଟକଙ୍କୁ ନେଇ ଭିତରକନିକା ବୁଲାଉଛି । ଏହି ଲଂଚରେ ୨୦ଜଣ ଯାତ୍ରୀ ପରିବହନର କ୍ଷମତା ରହିଛି ।

ପ୍ରତିଦିନ ସକାଳ ୯ଟାରେ ଲଂଚ ଗୁପ୍ତିରୁ ପର୍ଯ୍ୟଟକଙ୍କୁ ନେଇ ଡାଙ୍ଗମାଳ ଯାଉଛି। ସେଠାରେ ଦିନ ତମାମ ପର୍ୟ୍ୟଟକମାନେ ବୁଲିବା ପରେ ଅପରାହ୍ନ ୫ଟା ବେଳେ ନେଇଥିବା ପର୍ୟ୍ୟଟକଙ୍କୁ ଡାଙ୍ଗମାଳରୁ ଆଣି ଗୁପ୍ତିରେ ସଂଧ୍ୟା ୬ଟା ୩୦ରେ ପହଁଚୁଛି। ଏଥିପାଇଁ ପର୍ୟ୍ୟଟକଙ୍କ ପିଛା ବୋଟ ଭଡା ୧୫୦ ଟଙ୍କା ନିଆଯାଉଛି। ଏହାବାଦ୍ ପୂର୍ବଭଳି ପର୍ୟ୍ୟଟକ ପିଛା ପ୍ରବେଶ ଫି’ ୪୦ ଟଙ୍କା ଦେବାକୁ ପଡୁଛି। ଏହି ପରୀକ୍ଷାମୂଳକ ଫେରିଘାଟ ବ୍ୟବସ୍ଥା ଡିସେମ୍ବର ୧୫ ତାରିଖ ଯାଏଁ ଚାଲିବ। ଏହି ବ୍ୟବସ୍ଥା ସଫଳ ହେଲେ ସବୁଦିନ ପାଇଁ ଚାଲିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।