ମୁସଲମାନ ବିବାହ ପୂର୍ବରୁ ହୁଏ ହିନ୍ଦୁ ଦେବତା ପ୍ରଭୁ ଗଣେଶଙ୍କ ପୂଜା ! ଜାଣନ୍ତୁ, କେଉଁଠି ପ୍ରଚଳିତ ଅଛି ଏହି ନିଆରା ପରମ୍ପରା ?

84

କନକ ବ୍ୟୁରେ : ଗୁଜୁରାଟର ବେରାବଲ ଅଞ୍ଚଳରେ ରହୁଥିବା ମୁସଲମାନ ମାନେ ସେମାନଙ୍କ ବିବାହ ପୂର୍ବରୁ ହିନ୍ଦୁ ଦେବତା ପ୍ରଭୁ ଗଣେଶଙ୍କୁ ପୂଜା କରୁଥିବା ଦେଖାଯାଇଛି । ପ୍ରଥମେ ଗଣେଶଙ୍କୁ ପୂଜା କରିବା ସେମାନେ ହିନ୍ଦୁ ମାନଙ୍କଠାରୁ ଶିଖିଥିବା କହିଛନ୍ତି । ବାହାଘରରେ ଉପସ୍ଥିତ ଥିବା ହିନ୍ଦୁମାନେ କହିଛନ୍ତି କେବଳ ପୂଜା ନୁହେଁ ବରଂ ହିନ୍ଦୁ ବନ୍ଦନା ଗାନ କରୁଥିବା ଦେଖାଯାଇଛି । ତେବେ ଗୁଜୁରାଟରେ ଏହା ପ୍ରଥମ ଘଟଣା ନୁହେଁ । ସେଠାରେ ଏକ ସ୍ଥାନ ଅଛି ଯେଉଁଠାରେ ମୁସଲମାନେ ମାନେ କେତେକ ହିନ୍ଦୁ ଧର୍ମର ପାଳନ ନିଜ ବାହାଘର ସମୟରେ କରନ୍ତି । ସେମାନେ ଗଣେଶ ଓ ଅନ୍ୟ ଦେବତାଙ୍କ ପୂଜା କରିଥାଆନ୍ତି । ପରେ ଏଠାରେ ବାହାଘର ପରେ ଉଭୟ ବର ଓ କନ୍ୟାଙ୍କୁ ଗାଁ ସାରା ବୁଲାଇବାର ବିଧି ମଧ୍ୟ ରହିଛି ।

ବିଶେଷ କରି ଗୁଜୁରାଟର କଚ୍ଛ ଅଞ୍ଚଳରେ ବସବାସ କରୁଥିବା ମୁସଲମାନମାନେ ହିନ୍ଦୁ ଧର୍ମକୁ ବିଶେଷ ଭାବରେ ପାଳନା କରାଯାଇଥିବାର ଦେଖାଯାଏ । ଯେତେବେଳେ ଭାରତ ଓ ପାକିସ୍ଥାନ ଅଲଗା ହୋଇଥିଲେ ସେହି ସମୟରେ ଏହି ପଶୁପାଳନ କରୁଥିବା ମୁସଲମାନ ସିନ୍ଧୁ ଅଞ୍ଚଳରୁ ଆସି ଏଠାରେ ରହିଛନ୍ତି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏଠାରେ ଏକ ସର୍ଭେ କରାଯାଇ ଦେଖାଯାଇଛି ଯେ, ସେମାନେ ନିଜ ଧର୍ମ ଅପେକ୍ଷା ହିନ୍ଦୁ ଧର୍ମକୁ ବେଶି ମାନିଥାଆନ୍ତି ।

ଏହାସହ ଏଠାରେ ପାଳନହେଉଥିବା ପର୍ବରେ ମଧ୍ୟ ଉଭୟ ହିନ୍ଦୁ ଓ ମୁସଲମାନ ମାନେ ମିଶିକି ପାଳନ କରିଥାଆନ୍ତି । ସେମାନେ ବାହାଘରରେ ଗଣେଶ ପୂଜା ସହ ହଳଦୀ ରୀତିନୀତି ମଧ୍ୟ ପାଳନ କରିଥାଆନ୍ତି ।ସେମାନଙ୍କ କହିବା ଅନୁସାରେ ଆମେ ମଣିଷ ତେଣୁ ସମସ୍ତଙ୍କ ଧର୍ମକୁ ଆମେ ମାମେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ତେଣୁ ଆମ ପୂର୍ବଜମାନେ ଯେପରି ଭାବରେ ମିଶିକି ସମସ୍ତ କାମ ଏକାଠ କରୁଥିଲେ ଆମେ ମାନେ ମଧ୍ୟ ଠିକ୍ ସେପରି କରିବୁ ବୋଲି କହିଛନ୍ତି ସ୍ଥାନୀୟ ମୁସଲମାନନେ । ଏଠାରେ କେହି କେହି ହିନ୍ଦୁ ଘରେ ମଧ୍ୟ ବିବାହ କରିଥିବା ଦେଖାଯାଇଛି । ଯେଉଁମାନେ ହିନ୍ଦୁ ଘରେ ବିବାହ କରୁଛନ୍ତି ସେମାନେ କୋରାନ ପଢିବା ସହ ହିନ୍ଦୁ ଧର୍ମକୁ ମଧ୍ୟ ସମ୍ମାନ ଦେଉଛନ୍ତି ।

ମଧ୍ୟପ୍ରଦେଶର ଏକ ହିନ୍ଦୁ ପରିବାରର ବାହାଘର କାର୍ଡ ତାର ଜଣେ ମୁସଲମାନ ସାଙ୍ଗକୁ ଦେଇଥିଲା । ତେବେ ସେହି କାର୍ଡରେ ଗଣେଶଙ୍କ ଫଟୋ ଲାଗିଥିବାରୁ ଗଣ୍ଡାଗୋଳ ଭଲି ପରିସ୍ଥିତି ଉପୁଯିଥିଲା । ତେବେ ପରିସ୍ଥିତି ପରେ ଶାନ୍ତ ପଡିଥିଲା । କିନ୍ତୁ ଗୁଜୁରାଟର ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ଏଠାରେ ସମସ୍ତଙ୍କ ସହ ଉତ୍ତମ ବୁଝାମଣା ଥିବାରୁ କେବେ କାହା ସାଙ୍ଗରେ ଝଡଗା ହୁଏ ନାହିଁ ଏବଂ ଅଲଗା ଧର୍ମରେ ବାହାଘର ହୋଇଥିଲେ ବି ସେମାନଙ୍କୁ ସମସ୍ତ ଅଧିକାର ଦିଆଯାଉଥିବା ଜଣାପଡିଛି ।