ଅଧ୍ୟାପକ ପଦ ପାଇଁ ଇଚ୍ଛୁକ ଅଛନ୍ତି କି ? ଏହି ପ୍ରକ୍ରିୟାରେ ଶୀଘ୍ର କରନ୍ତୁ ଆବେଦନ ।

47

ମଣିପୁର ଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟାପକ ପଦ ପାଇଁ ବିଜ୍ଞପ୍ତି ବାହାରି ଯାଇଛି । ଯେଉଁଥିରେ ଲେକଚର୍ ତଥା ଅଧ୍ୟାପକ ପାଇଁ ୬୮୮ ପଦବୀ ବାହାରି ଯାଇଛି । ଉପଯୁକ୍ତ ପ୍ରାର୍ଥୀ ନିମ୍ନରେ ଦିଆଯାଇଥିବା ସାରଣୀ ଅନୁସାରେ ଆବେଦନ କରିପାରିବେ । ତେବେ ଅଧିକ ଜାଣିବା ପାଇଁ ନିମ୍ନୋକ୍ତ ସାରଣୀ ଉପରେ ନଜର ପକାନ୍ତୁ ।

ପଦବୀ ସଂଖ୍ୟା : ମୋଟ ପଦବୀ ସଂଖ୍ୟା ୬୮୮ ।

ଯୋଗ୍ୟତା : ଉପଯୁକ୍ତ ପ୍ରାର୍ଥୀ ଯେକୌଣସି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଯେ କୌଣସି ବିଷୟରେ ପୋଷ୍ଟ ଗ୍ରାଜୁଏଟ୍ କରିବା ଆବଶ୍ୟକ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସସୀମା ୩୮ ବର୍ଷ ଭିତରେ ହୋଇଥିବା ଆବଶ୍ୟକ ।

ଦରମା : ୧୩,୭୦୦ ଟଙ୍କା ।

ଆବେଦନ ଫିସ୍ : ଜେନେରାଲ୍ ଏବଂ ଓବିସି ବର୍ଗଙ୍କ ପାଇଁ ୫୦୦ ଟଙ୍କା ଏବଂ ଏସସି ଏବଂ ଏସଟିଙ୍କ ପାଇଁ ୪୦୦ ଟଙ୍କା ଆବେଦନ ଫିସ୍ ରହିଅଛି ।

ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷା,ମେରିଟ୍ ଲିଷ୍ଟ୍,ଆକାଡେମିକ ସ୍କୋର ଏବଂ ସାକ୍ଷାତକାର ଜରିଆରେ ଚୟନ ପ୍ରକ୍ରିୟା ଆରମ୍ଭ ହେବ ।

ଅନ୍ତିମ ତାରିଖ : ୨୭ ଜୁଲାଇ ୨୦୧୮